ଭୁବନେଶ୍ୱର: ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍ସ ପକ୍ଷରୁ ପୂର୍ବ ଭାରତର ସବୁଠୁ ସ୍ୱଚ୍ଛ ବେଳାଭୂମି ଓ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୋପାଳପୁରରେ ନୂଆ ହୋଟେଲ୍ ଜୋନ୍ ବାଏ ଦି ପାର୍କ ଗୋପାଳପୁରର ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭର୍ଚୁଆଲ ଭାବେ ଏହି ହୋଟେଲର ଉଦ୍ଘାଟନ କରିଥିବାବେଳେ ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଥିଲେ । ଗୋପାଳପୁର ବେଳାଭୂମିଠାରୁ ମାତ୍ର ଅଳ୍ପ କିଛି ଦୂରରେ ଅବସ୍ଥିତ ଏହି ହୋଟେଲ ଏକ ଚମତ୍କାର ରହଣୀ ସ୍ଥଳ ପ୍ରଦାନ କରୁଛି । ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥିତ ଥିବା ବେଳେ ଏଠାରୁ ମାତ୍ର ୬ କିମି ଦୂରରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍, ବ୍ରହ୍ମପୁର ରହିଛି ।
ଜୋନ୍ ବାଏ ଦି ପାର୍କ ଗୋପାଳପୁରରେ ୪୦ଟି ଅତି ଚମତ୍କାର କୋଠରି ଥିବାବେଳେ ପ୍ରଯୁକ୍ତି ଆଧାରିତ ସୁବିଧାସୁଯୋଗ ରହିଛି । ଅତିଥିମାନେ ଦିନ ସାରା ଖୋଲାରହୁଥିବା ଡାଇନିଂ “ବଜାରରେ’ ଭୋଜନକୁ ଉପଭୋଗ କରିପାରିବେ ଏବଂ ଏକ ହାଇ-ଏନର୍ଜି ବାର୍ ଜେଡ୍ ବାର୍ର ମଜା ନେଇପାରିବେ । ସେମାନେ ପୁଲ୍ “ପ୍ଲାୟା’ରେ ବୁଡ଼ ପକାଇପାରିବେ, ସ୍ପାରେ ସ୍ଫୁର୍ତି ହାସଲ କରିପାରିବେ ଏବଂ ୭୦୦ ପର୍ଯ୍ୟନ୍ତ ଅତିଥିଙ୍କ ପାଇଁ ବିବିଧ ବାଂକ୍ୱେଟ୍ ହଲ୍ ଓ ଖୋଲା ସ୍ଥାନକୁ ବ୍ୟବହାର କରିପାରିବେ । ଅତିଥିମାନେ ସେମାନଙ୍କ ଜୋନ୍ ସୋସିଆଲ ଅବତାରର ସନ୍ଧାନ କରିପାରିବେ ଏବଂ ଆଡ୍ଭେଂଚର, ଫୁଡି, ସଟରବଗ୍, ନେଟ୍ୱର୍କର ଓ ପାର୍ଟି ଆନିମଲ୍ ମଧ୍ୟରୁ ଯେକୌଣସିକୁ ଚୟନ କରିପାରିବେ । ଅବତାର ଆଧାରରେ ବିଶେଷଜ୍ଞ ଟିମ୍ ଅତିଥିମାନଙ୍କ ପାଇଁ ଅନୁଭୂତି ସୃଷ୍ଟି ଓ ସୁପାରିସ କରିପାରିବେ ।
ହୋଟେଲ୍ର ଶୁଭାରମ୍ଭ ସମ୍ପର୍କରେ ଜୋନ୍ ବାଏ ଦି ପାର୍କ ହୋଟେଲ୍ସର ମହାପ୍ରବନ୍ଧକ ଓ ଜାତୀୟ ମୁଖ୍ୟ, ଶ୍ରୀ ବିକାଶ ଆଲୁୱାଲିଆ କହିଛନ୍ତିଯେ, “ଗୋପାଳପୁରରେ ଜୋନ୍ ବାଏ ଦି ପାର୍କର ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଜୋନ୍କୁ ଓଡ଼ିଶା ଆଣିବାରେ ସହଯୋଗ ପ୍ରଦାନ କରିଥିବା ଆମ ସହଯୋଗୀ ସ୍ପେକାର୍ଡି ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍କୁ ଧନ୍ୟବାଦ ଜଣାଉଛୁ । ବିଶ୍ୱ ପର୍ଯ୍ୟଟନ ସ୍ଥଳ, କ୍ରୀଡ଼ା ରାଜଧାନୀ ଓ ପ୍ରଯୁକ୍ତି ସମ୍ବଳ ହବ୍ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏକ ସ୍ଥାନ ଭାବେ ପରିଚିତ ଓଡ଼ିଶାରେ ପ୍ରବେଶ କରି ଆମେ ମୂଲ୍ୟ ଓ ଡିଜାଇନ୍ ସଚେତନ ଭ୍ରମଣକାରୀମାନଙ୍କୁ “ସୋସିଆଲ ବାଏ ଡିଜାଇନ୍’ ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛୁ । ବର୍ଦ୍ଧିତ ସହରର ଚାହିଦା ଅନୁସାରେ, ଗୋପାଳପୁରର ବାଲିପୂର୍ଣ୍ଣ ବେଳାଭୂମି ମଧ୍ୟରେ ଆମୋଦପ୍ରମୋଦ ଚାହୁଁଥିବା ଅତିଥି ତଥା ବ୍ୟବସାୟ ପାଇଁ ଆସୁଥିବା କର୍ପୋରେଟମାନଙ୍କ ପାଇଁ ଏହି ହୋଟେଲ୍ ହେଉଛି ପ୍ରକୃତ ସ୍ଥାନ ।’’
ସ୍ପେକାର୍ଡି ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ର, ନିର୍ଦ୍ଦେଶକ ଶ୍ରୀ ପି କେ ରାଜୀବ କହିଛନ୍ତି ଯେ, “ଜୋନ୍ ବାଏ ଦି ପାର୍କ ସହିତ ସହଯୋଗିତା ସ୍ଥାପନକରି ଆମେ ଅତ୍ୟନ୍ତ ଆନନ୍ଦିତ, କାରଣ ସେମାନେ ଆମ ରିସୋର୍ଟକୁ ପରିଚାଳନା କରିବା ଦାୟିତ୍ୱ ନେଇଛନ୍ତି । ଏହି ହୋଟେଲ୍ ଗୋପାଳପୁରରେ ଏକ ପ୍ରମୁଖ ସ୍ଥଳରେ ପରିଣତ ହେବବୋଲି ଆମର ଦୃଢ଼ ବିଶ୍ୱାସ ରହିଛି ।’’
Sign in
Sign in
Recover your password.
A password will be e-mailed to you.
Prev Post