ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌରାଞ୍ଚଳରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ସହରାଞ୍ଚଳ ମିଶନ ଆନୁକୁଲ୍ୟରେ ଭାରତ ସରକାରଙ୍କ ଏମଡିଡି କାର୍ଯ୍ୟକ୍ରମ ଅନ୍ତର୍ଗତରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଆଗେଇ ଚାଲିଛି।
ଏହି ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ପାରଳା ସହରର ବିଭିନ୍ନ ୱାର୍ଡ ମାନଙ୍କରେ ୱାର୍ଡର ଏ ଏନ୍ ଏମ୍ ଙ୍କ ସମେତ ପ୍ରତ୍ୟେକ ୱାର୍ଡର ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ପ୍ରତ୍ୟେକ ଘରକୁ ଘର ଯାଇ ମ୍ୟାଲେରିଆ , ଡେଙ୍ଗୁ , ଡାଇରିଆ , ଯକ୍ଷ୍ମା , ଫାଇଲେରିଆ ଓ କୁଷ୍ଠ ରୋଗ ଉପରେ ଚିହ୍ନଟର ସର୍ବେକ୍ଷଣ କରିବା ସହ ଉପରୋକ୍ତ ରୋଗ ଗୁଡିକ ଉପରେ ଘରେ କାହାର କିଛି ବା କୌଣସି ପ୍ରକାରର ଲକ୍ଷଣ ଦେଖା ଦେଉଛି କି ବୋଲି ପଚାରି ବୁଝି ରେକର୍ଡ ଖାତାରେ ଲେଖୁଛନ୍ତି। ଲକ୍ଷଣ ଥିଲେ ଡାକ୍ତରଖାନାକୁ ତୁରନ୍ତ ଯିବାପାଇଁ ସଚେତନ କରାଉଛନ୍ତି। ସେହିଭଳି ଜନସାଧାରଣଙ୍କୁ ଏ ସବୁ ରୋଗର ଲକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ସଚେତନ କରାଯିବା ସହ ଅଣ ସଂକ୍ରାମକ ରୋଗୀ ମାନଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାପାଇଁ ମଧ୍ୟ କୁହାଯାଉଛି।
ସେହିଭଳି ଘରେ ମଶାରୀ ଟାଣି ଶୋଇବା , ଜମି ରହିଥିବା ପାଣିକୁ ତୁରନ୍ତ ସଫା ରଖିବା ସହ ମଶା ଦାଉରୁ ରକ୍ଷା ପାଇଁ ପରିବେଶ ସଫାସୁତୁରା ରଖିବା , ଗରମ ପାଣି ପିଇବା ସହ ତଟକା ଖାଦ୍ୟ ଖାଇବା ପ୍ରଭୃତି ଉପରେ ଏହି ଅଭିଯାନ ବେଳେ ଲୋକଙ୍କୁ ସଚେତନ କରାଯାଉଛି। ଏ ସବୁରୋଗ ଠାରୁ ସମ୍ପୂର୍ଣ ଭାବେ ଦୂରେଇ ରହିବା ପାଇଁ ଲୋକଙ୍କୁ ବିଭିନ୍ନ ରୋଗ ଉପରେ ସଚେତନତା କଲା ବେଳେ ଓଆରଏସ ପେକେଟ ସହ ସଚେତନତା ପତ୍ର ବଣ୍ଟନ କରାଯାଉଛି। ଯାହାର କୂଅ ଅଛି ସେଥିରେ ବ୍ଲିଚିଙ୍ଗ ପାଉଡର ମିଶାଇ କୂଅରେ ପକାଯାଉଛି।
ଅନ୍ୟପକ୍ଷରେ ହେଲୋଜିନ ଟାବଲେଟ ସହ ଘରେ ଡାଇରିଆ ରୋଗୀ ଥିଲେ ତା ପାଇଁ ଡାଇରିଆ ଔଷଧ ମଧ୍ୟ ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି ସର୍ବେକ୍ଷଣ କରୁଥିବା ଏ ଏନ ଏମ ଶ୍ରୀମତୀ ଆରତୀ ବେବର୍ତ୍ତା ଏବଂ ଆଶାକର୍ମୀ ଶ୍ରୀମତୀ ରଞ୍ଜିତା ପ୍ରଧାନ କହିଛନ୍ତି।
୫ ନଂ ୱାର୍ଡର ଜଙ୍ଗମ୍ ସାହିରେ ଚାଲିଥିବା ଏହି ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମରେ ଏ ଏନ୍ ଏମ୍ ଆରତୀ ବେବର୍ତ୍ତା ସମେତ ଆଶାକର୍ମୀ ରଞ୍ଜିତା ପ୍ରଧାନ , ଅଙ୍ଗନବାଡ଼ି କର୍ମୀ ପ୍ରମୋଦିନୀ ପଟ୍ଟନାୟକ ଏବଂ ବୋମାଲି ସାରଦା ପ୍ରମୁଖ ସାମିଲ ଥିଲେ।
ସେହିଭଳି ବିଭିନ୍ନ ସଂକ୍ରାମକ ରୋଗର ସ୍ୱଳ୍ପ ଲକ୍ଷଣ ଥିବା ବ୍ୟକ୍ତି ସହଜରେ ଚିହ୍ନଟ ହୋଇ ନ ପାରି ବିନା ଚିକିତ୍ସାରେ ରହି ଯାଇଥାନ୍ତି , ସେମାନଙ୍କୁ ଖୋଜି ବାହାର କରି ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସି ଡି ଏମ୍ ଓ ତଥା ଜିଲ୍ଲାମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର କହିଛନ୍ତି।
Sign in
Sign in
Recover your password.
A password will be e-mailed to you.