ଝାରବନ୍ଧ-ମନୋହର ଦାଶ: ଜନଗଣର ମୁଖପତ୍ର ସାପ୍ତାହିକୀ ଗଣଇସ୍ତାହାର ଗ୍ରାମାଞ୍ଚଳର ଗରିବ ଖଟିଖିଆ ଜନଗଣର ସ୍ୱର ସାପ୍ତାହିକ ଖବରକାଗଜ ଗଣଇସ୍ତାହାର ଆଗାମୀ ଅଗଷ୍ଟ ୧୫ରେ ଆତ୍ମପ୍ରକାଶ କରିବ ବୋଲି ବରଗଡ ଅଗ୍ରଗାମୀ ଯୁବକ ସଂଘଠାରେ ଅନୁଷ୍ଠିତ ଗଣଇସ୍ତାହାରର ଶୁଭେଚ୍ଛୁମାନଙ୍କ ମଧ୍ୟରେ ଘୋଷଣା କରାଯାଇଛି । ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଆଇନଜୀବୀ ଶିରିଶ ବଲ୍ଳଭ ମିଶ୍ର, ବରିଷ୍ଠ ସାମ୍ବାଦିକ ଶଙ୍କର ବଲ୍ଳଭ ମିଶ୍ର, ବିଶିଷ୍ଟ ଶିକ୍ଷାବିତ ତଥା ସ୍ତମ୍ଭକାର ମୋହନ ସାହୁ, ବରିଷ୍ଠ ସାମ୍ବାଦିକ ରକ୍ଷାକାରୀ ବିଶି, ଅଶୋକ କୁମାର ମିଶ୍ର, କ୍ଷମାନିଧି ନାୟକ, କୁନ୍ଦୁରୁ ଦାସ, ଜୟପ୍ରକାଶ ଶତପଥି, ରମେଶ ବାରିକ ପ୍ରମୁଖ ଯୋଗଦେଇ ଖବର କାଗଜର ସମ୍ପାଦନା ଓ ପ୍ରକାଶନ, ପରିଚାଳନା କମିଟି, ସାମ୍ବାଦିକ ସୁରକ୍ଷା, ପ୍ରଚାର ପ୍ରସାର, ସାମ୍ବାଦିକତାର ନୀତି ଆଦର୍ଶ ଦିଗ ଉପରେ ଆଲୋକପାତ କରି ପ୍ରତ୍ୟେକ ଖବର ସଠିକ ତଥ୍ୟ ଓ ଗବେଷଣାତ୍ମକ ଭାବେ ପ୍ରକାଶିତ କରାଯିବ ବୋଲି ସର୍ବସମ୍ମତ କ୍ରମେ ପ୍ରସ୍ତାବ ଦେଇଥିଲେ । ଗଣଇସ୍ତାହାରର ମୁଖ୍ୟ ସଂପାଦକ ପ୍ରସନ୍ନ କୁମାର ମିଶ୍ର, ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ହୋତାଙ୍କୁ ଗଣଇସ୍ତାହାର ଖବରକାଗଜ ଦାୟିତ୍ୱ ତୁଲାଇବାକୁ ପ୍ରକାଶକ ଓ ସମ୍ପାଦକ ପଦବୀ ସକାଶେ ଘୋଷଣା କରାଯାଇଥିଲା । ବରଗଡ ସହର ଓ ବିଭିନ୍ନ ବ୍ଳକର ସାମ୍ବାଦିକ ଗଣ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ଏହି ବୈଠକରେ ଚନ୍ଦ୍ରମଣୀ ବେହେରା, ନିରୋଜ କୁମାର ପାଣୀ, ବଲରାମ ପ୍ରଧାନ, ଆନନ୍ଦ ମହାପାତ୍ର, ନିର୍ମଳ ମେହେର, ମନୋହର ଦାସ, ନବ କିଶୋର ଦାସ ପ୍ରମୁଖ ଉପସ୍ଥିତ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
“ଦେଶରେ ଗାନ୍ଧୀ ବିଚାର ଓ ସଙ୍ଗଠନକୁ ଲୋପ କରିଦେବା ପାଇଁ କେନ୍ଦ୍ର ସରକାର ଯୋଜନାବଦ୍ଧ ଷଡଯନ୍ତ୍ର ଚଳାଇଛନ୍ତି”
Next Post