ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ପୂର୍ବାହ୍ନରେ ଓଡ଼ିଶା କ୍ୟାଡର ୨୦୨୧ ବ୍ୟାଚର ୬ ଜଣ ଆଇଏଏସ୍ ଅଧିକାରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନରେ ଆସି ବିଭାଗ ସମ୍ବନ୍ଧୀୟ କାର୍ଯ୍ୟଶୈଳୀ ଉପରେ ବିସ୍ତୃତ ତାଲିମ ନେଇଛନ୍ତିା ଏହି ଉପଲକ୍ଷେ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ସମସ୍ତ ଆଇଏଏସ୍ ପ୍ରଶିକ୍ଷାର୍ଥିଙ୍କୁ ସ୍ୱାଗତ କରିବା ସହ କହିଲେ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ହେଉଛି ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗା ବିଭାଗର କାର୍ଯ୍ୟଧାରା ଜାଣିବା ଦ୍ୱାରା ସେମାନେ ରାଜ୍ୟ ପ୍ରଶାସନକୁ ବିସ୍ତୃତ ଭାବେ ବୁଝିବାରେ ସହାୟକ ହେବା ସହ ପ୍ରଶାସନକୁ ଲୋକାଭିମୁଖୀ କରିବାରେ ତତ୍ପର ହେବୋ ନିଜ ନିଜ କ୍ୟାଡର ଏବଂ ସେବାରେ ଯୋଗଦେବା ପୂର୍ବରୁ କଠିନ ପରିସ୍ଥିତିରେ ଫଳପ୍ରଦ ଭାବେ କାର୍ଯ୍ୟ କରିବା ଏବଂ ସେଥି ପାଇଁ ପ୍ରସ୍ତୁତ ରହିବା ହିଁ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲୋ
ଗ୍ରାମ୍ୟ ଉନ୍ନୟନ ବିଭାଗ ସଂପର୍କରେ ବିସ୍ତୃତ ସୂଚନା ଦେବାକୁ ଯାଇ ଶ୍ରୀ ସିଂହ କହିଲେ ଯେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ବିଭାଗ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିଥାଏା ସେଥି ମଧ୍ୟରୁ ରାସ୍ତା, ଗୃହ ନିର୍ମାଣ ଓ ସେତୁ ନିର୍ମାଣ ଆଦି ବିଭାଗର ପ୍ରମୁଖ କାର୍ଯ୍ୟ ଥିବାବେଳେ ଅନ୍ୟ ବିଭାଗ ଓ ସଂସ୍ଥା ସହାୟତାରେ ଅନେକ କାର୍ଯ୍ୟ ହାତକୁ ନେଇଥାଏା ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ବିଜୁ ସେତୁ ଯୋଜନାର ରୂପରେଖ ଓ କାର୍ଯ୍ୟକାରିତା ଉପରେ ପିପିଟି ମାଧ୍ୟମରେ ପ୍ରଶିକ୍ଷାର୍ଥିଙ୍କ ସୂଚନା ଦିଆଯାଇଥିଲାା ନିର୍ମାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର, ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ପର୍ଯ୍ୟାପ୍ତ ସୂଚନା ପ୍ରଦାନ କରାଯାଇଥିଲାା ରାସ୍ତା ଓ ସେତୁ ନିର୍ମାଣ ସମୟରେ ଆସୁଥିବା ବିଭିନ୍ନ ପ୍ରତିବନ୍ଧକ ଯଥା: ଭୂମି ଅଧିଗ୍ରହଣ, ଜବରଦଖଲ, ଜଙ୍ଗଲ ଜମି ହସ୍ତାନ୍ତରଣ ଆଦି ସମସ୍ୟାଗୁଡ଼ିକୁ କିଭଳି ସୁଚିନ୍ତିତ ଓ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମାଧାନ କରାଯାଇପାରିବ ସେ ବିଷୟରେ ଶ୍ରୀ ସିଂହ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲୋ
ପରେ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ସିଂହ ଅଧିକାରୀମାନଙ୍କ ବିଭାଗ ସଂପର୍କୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲୋ ନୂଆ ନୂଆ ଜ୍ଞାନକୌଶଳରେ ନିର୍ମିତ ରାସ୍ତା ଓ ସେତୁ ନିର୍ମାଣର ଭିଡ଼ିଓ ଚିତ୍ର ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲାା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ଅକ୍ଷୟ କୁମାର ପ୍ରଧାନ ଓ ଇଂ ପ୍ରଦୀପ କୁମାର ସାମଲ, ମୁଖ୍ୟଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସାହୁ, ଇଂ ରମେଶ ଚନ୍ଦ୍ର ବେହେରା, ଇଂ ସଂଜୀବ କୁମାର ମହାନ୍ତି, ବିତ୍ତ ଅଧିକାରୀ ଶ୍ରୀମତୀ ସ୍ମିତା ପାଣି ଏବଂ ସ୍ୱତନ୍ତ୍ର ସଚିବ ଶ୍ରୀ ସୁଦର୍ଶନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲୋ
Sign in
Sign in
Recover your password.
A password will be e-mailed to you.