ରାଉରକେଲା (ବସନ୍ତ କୁମାର ଜେନା):ରାଉରକେଲା ସହର ସ୍ଥିତ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ନିର୍ଦ୍ଦେଶରେ ରାଉରକେଲା ଅବକାରୀ ଅଧିକାରୀ ନିଜ ସହଯୋଗୀଙ୍କ ସହିତ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଖଇରବନ୍ଦ ଗ୍ରାମର କୁମ୍ଭାର ବସ୍ତୀକୁ ଯାଇ ଦୁଇଟି ସ୍ଥାନରେ ଚଢାଉ କରି ୧୮୦୦ କେଜି ମହୁଲ ପୋଚ ନଷ୍ଟ କରିବା ସହ ଦୁଇଟି ସ୍ଥାନରୁ ୫୦ ଓ ୪୪ ଲିଟର ଦେଶୀ ମହୁଲି ଜବତ କରିବା ସଙ୍ଗେ ସଙ୍ଗେ ମଦ ପାଇଁ ବ୍ୟବହୃତ ୧୦ ଟି ସିଲଭର ଡେକଚି, ଗୋଟିଏ ସାଇକେଲ ମଧ୍ୟ ଜବତ କରିଥିଲେ । ଏହି ମାମଲାରେ କିଶୋର ଲୁନାର ନାମକ ବ୍ୟକ୍ତିକୁ କୁମ୍ଭାର ବସ୍ତିରୁ ଗିରଫ କରିଥିଲେ । ଏ ନେଇ ରାଉରକେଲା ଅବକାରୀ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବାର ଜଣାପଡିଛି। ପ୍ରାଥମିକ ତଦନ୍ତ ପରେ ଗିରଫ ମହୁଲି ବେପାରୀକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ମତବ୍ୟକ୍ତ କରିଥିଲେ ଅବକାରୀ ଅଧିକାରୀ ।
Sign in
Sign in
Recover your password.
A password will be e-mailed to you.