ଭୁବନେଶ୍ୱର,୨୦/୦୭/୨୦୨୩: ଆଜି ପୂର୍ବାହ୍ନରେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ଶିକ୍ଷାନୁଷ୍ଠାନର ବିକାଶ ନିମନ୍ତେ ବିଦ୍ୟାଳୟ ଚଳାଇବା ଏବଂ ଅଧ୍ୟକ୍ଷମାନଙ୍କ ଦକ୍ଷତା ବୃଦ୍ଧି ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା
ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଶ୍ରୀ ଅନୁପମ ସାହା କର୍ମଶାଳାର ପ୍ରାଧାନ୍ୟ ଉପରେ ଆଲୋକପାତ କରିବା ସହିତ ଅଧ୍ୟକ୍ଷମାନେ କିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ବିକାଶ ଦିଗରେ ଅଗ୍ରସର କରାଇବେ ସେ ସଂପର୍କରେ ମତବ୍ୟକ୍ତ କରିଥିଲୋ ଏଥି ସହିତ ସମସ୍ତ ଅଧ୍ୟକ୍ଷ ସବୁ ପିଲାଙ୍କୁ ଏକାଭଳି ଢଙ୍ଗରେ ଦେଖିବା ଏବଂ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ସେମାନଙ୍କ ଶିଶୁ ଅଧିକାର ଉପଲବ୍ଧି ଦିଗରେ କିପରି ସେମାନେ ସଚେତନ ହେବେ ଏ ସଂପର୍କରେ ଅଧ୍ୟକ୍ଷମାନଙ୍କୁ ଶ୍ରୀ ସାହା ପରାମର୍ଶ ଦେଇଥିଲୋ
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍ ଆୟାର କହିଲେ ଯେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ ସେମାନଙ୍କର ଶିକ୍ଷାର ବିକାଶ ଓ ଦକ୍ଷତା ବୃଦ୍ଧି ଦିଗରେ ଅଧ୍ୟକ୍ଷମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ପ୍ରକାଶ କରିଥିଲୋ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ନାଗରିକ ଭାବେ ଗଢ଼ିତୋଳିବା ଏବଂ ଆନ୍ତର୍ଜାତିକ ସ୍ତରରେ ସେମାନେ କିପରି କୃତକାର୍ଯ୍ୟ ହେବେ ସେ ସମ୍ବନ୍ଧରେ ପ୍ରକାଶ କରିଥିଲୋ ଉଚ୍ଚ ମାଧ୍ୟମିକ ସ୍ତରରେ ଶିକ୍ଷାର ସଫଳତା ପାଇଁ ଅଧ୍ୟକ୍ଷମାନଙ୍କ ଅବଦାନ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଦିଗ୍ଦର୍ଶନ ଦେବ ବୋଲି ସେ ମତବ୍ୟକ୍ତ କରିଥିଲୋ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର କହିଲେ ଯେ ଉଚ୍ଚ ମାଧ୍ୟମିକ ସ୍ତରରେ ପରୀକ୍ଷା ସୁଚାରୁ ରୂପେ ପରିଚାଳନା କରିବା ଏବଂ ଆଗାମୀ ଯୁକ୍ତ-୨ର ବାର୍ଷିକ ପରୀକ୍ଷା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସହ ଅଧ୍ୟକ୍ଷମାନେ ଏହାକୁ ସମ୍ନା କରିବାକୁ ପ୍ରସ୍ତୁତ ରହି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲୋ
ଆସନ୍ତା ଅଗଷ୍ଟ ୧ ତାରିଖରୁ ଏକାଦଶ ଶ୍ରେଣୀର ଶିକ୍ଷାଦାନ ଆରମ୍ଭ ହେଉଥିବାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏହି ପ୍ରବେଶ ଦିବସ ପାଳନ କିପରି ଛାତ୍ର, ଅଭିଭାବକ ଓ ଶିକ୍ଷକ ଅନୁଷ୍ଠିତ ହେବ ସେ ବାବଦରେ ଆଲୋଚନା ହୋଇଥିଲାା ଆକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତି, ବିଦ୍ୟାଳୟରେ ହାକଥାନ ସମେତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି, ପରୀକ୍ଷା ଫଳ ସମୀକ୍ଷା ଓ ଏହାର ମାନ ବୃଦ୍ଧି ପାଇଁ ପଦକ୍ଷେପ, ଅନୁଦାନର ସୁବିନିଯୋଗ ଓୟୁସି ଦାଖଲ, ମୋ ସ୍କୁଲ ମାଧ୍ୟମରେ ପ୍ରଦତ୍ତ ଅର୍ଥର ବିନିଯୋଗ, ଛାତ୍ରବୃତ୍ତି ସୁପରିଚାଳନା, କ୍ୟାରିଅର କାଉନସେଲିଂ, ନିୟମିତ ଏସ.ଏମ.ଡି.ସି. ବୈଠକ କରିବା, ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକୀୟ ପ୍ଲାନ ଓ ଏଷ୍ଟିଫିମେଟ କରି ପଠାଇବା ଦିଗରେ ପଦକ୍ଷେପ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ କର୍ମଶାଳାରେ ଆଲୋଚନା ହୋଇଥିଲାା
ଏହି କର୍ମଶାଳାରେ ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ବଳଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ, ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.