ସ୍ଥାୟୀ ନିଯୁକ୍ତି ଦାବୀରେ ରୁଙ୍ଗଟା କମ୍ପାନୀ ଗେଟ୍ ସାମ୍ନାରେ ଧାରଣା ଦେଲେ ୫୪ ବିସ୍ଥାପିତ ପରିବାର: ସାମିଲ୍ ହେଲେ ହିନ୍ଦୋଳ ବିଧାୟିକା

0 2

ଢେଙ୍କାନାଳ / ରବିନ୍ ଦାସ ; ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତର୍କାବେଡା ବାଲିସାହି ଅଞ୍ଚଳରେ ୨୦୦୭ ମସିହାରୁ ରୁଙ୍ଗୁଟା କମ୍ପାନୀ ଜମି ଅଧିଗ୍ରହଣ କରିଛି । ଏଥିପାଇଁ ପ୍ରାୟ ୫୪ଟି ପରିବାରକୁ ବିସ୍ଥାପିତ କରିବା ସହିତ ନିଯୁକ୍ତି ଦେବାକୁ କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ କରି ନ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସେମାନଙ୍କର ପ୍ରାୟ ୪ ଏକର ଯାଗା ଓ ଘର ନେବା ସମୟରେ ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ନିଯୁକ୍ତି କିମ୍ବା ଏକ କାଳୀନ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । ଅଦ୍ୟାବଧି ୧୬ ବର୍ଷ ବିତିଯାଇଥିଲେ ସୁଦ୍ଧା କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ କଲାନାହିଁ । ଯାହାକୁ ବିରୋଧ କରି ବିସ୍ଥାପିତ ପରିବାର ସଦସ୍ୟମାନେ ଆନ୍ଦୋଳନ ପନ୍ଥା ଗ୍ରହଣ କରିଥିଲେ । କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବା ସହିତ ନିଜର ପ୍ରତିଶ୍ରୁତି ପାଳନ କରିବାକୁ ରୁଙ୍ଗଟା କର୍ତୃପକ୍ଷଙ୍କୁ ଆହ୍ବାନ ଦେଇଛନ୍ତି । ଖବର ପାଇ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଯୋଗ ଦେଇ ତହସିଲଦାର ସୁଶାନ୍ତ କୁମାର ମିଶ୍ରଙ୍କ ସହିତ ଆଲୋଚନା ପରେ କୌଣସି ସୁଫଳ ମିଳିନଥିବା ଜଣାପଡିଛି । ଏଣୁ ଏ ସମସ୍ୟାର ସମାଧାନ ପାଇଁ କର୍ତ୍ତୁପକ୍ଷ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନକୁ ଜୋରଦାର କରିବାସହ କମ୍ପାନୀକୁ ଅଚଳ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.