ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟ ସମୁଖରେ ଗଣଧାରଣା, ରାଲି ଓ ଭିକ୍ଷାଭ ସହ ଦାବିପତ୍ର ।

0 2

କନ୍ଧମାଳ (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଆଜି ରାଷ୍ଟ୍ରୀୟ ଏକତା ପରିଷଦ ଫିରିଙ୍ଗିଆ ବ୍ଲକ ତରଫରୁ ବିଭିନ୍ନ ଦାବି ନେଇ ରାଲି, ଗଣ ଧାରଣା, ଭିକ୍ଷାଭ ସହ ଫିରିଙ୍ଗିଆ ତହସିଲଦାର କାର୍ଯ୍ୟାଳୟରେ ତହସିଲଦାରଙ୍କୁ ଭେଟି କୋଡିଏ ଦଫା ଦାବି ସମ୍ବଳିତ ଏକ ଲିଖିତ ପତ୍ର ପ୍ରଦାନ କରା ଯାଇଛି । ସୂଚନା ଅନୁସାରେ ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଫିରିଙ୍ଗିଆ ବ୍ଲକ ତରଫରୁ ମିଳିତ ଭାବରେ ଶତାଧିକ ଲୋକ ସ୍ଥାନୀୟ ବ୍ଲକ ଛକରୁ ବାହାରି ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇ ଫିରିଙ୍ଗିଆ ବଜାର ଓ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମୁଖରେ ଗଣ ଧାରଣା ଓ ଭିକ୍ଷାଭ କରିବା ସହ ତହସିଲଦାରଙ୍କୁ ଏକ ୨୦ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ମଧ୍ୟରେ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଏବଂ ସେମାନଙ୍କ ବିରୋଧରେ ସଂସଦ ରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ, ୟୁନିଫର୍ମ ସିଭିଲ କୋର୍ଡ ସମାନ ନାଗରିକ ସଂହିତା, ବିକାଶ ନାମରେ ପରିବେଶ ସୁରକ୍ଷା ନାମରେ ଏବଂ ବନ୍ୟ ଜନ୍ତୁ ସୁରକ୍ଷା ନାମରେ ଜଳ ଜଙ୍ଗଲ ଏବଂ ଜମିରୁ ବିସ୍ଥାପନ କରି ସେମାନଙ୍କ ଜୀବିକା ଛଡାଇନେବାର ଷଡଯନ୍ତ୍ର କରାଯାଉଥିବା ଭଳି ବିଭିନ୍ନ ଦାବି ରହିଛି । ତେବେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର କନ୍ଧମାଳ ଜିଲ୍ଲା ସଭାପତି ଭୋଦେବ କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ରାଜ୍ୟ ସଭାପତି ଦୟାନିଧି ମଳିକଙ୍କ ସହ କୁଇ ସମାଜ ସଭାପତି ମୁକୁନ୍ଦ କହଁର, ଫିରିଙ୍ଗିଆ ବ୍ଳକ ଅନୁସୂଚିତ ଜାତି ସଭାପତି ଚନ୍ଦ୍ରମୋହନ ନାଏକ, ଫିରିଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା ମୌସୁମୀ ପ୍ରଧାନ, କୁଇ ସମାଜ ସମ୍ପାଦକ ପ୍ରମୋଦ କହଁର, ଉପସଭାପତି ପୁରନ୍ଦର କହଁର, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର କନ୍ଧମାଳ ଜିଲ୍ଲା ପ୍ରଭାରୀ ତିଳେଶ୍ୱର କହଁର, କଷିନୀପଦର କୁଇ ସମାଜର ସାଖା ସଭାପତି ଲଣ୍ଡା କହଁର, କୁଇ ସମାଜ ଫିରିଙ୍ଗିଆ ଉପସାଖାର ସଭାପତି ଗୁଣନିଧି କହଁରଙ୍କ ସହ ଅନୁସୂଚିତ ଜାତି, ଜନଜାତି ଓ ଓବିଶି ବର୍ଗର ଶତାଧିକ ଲୋକ ଉପସ୍ଥିତ ଥିଲ ।

Leave A Reply

Your email address will not be published.