.
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପଞ୍ଚାୟତ ସମିତି ସଭା ଗୃହରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପଟେଲ ସୋମବାର ଦିନ ଅଭିଯୋଗ ଶୁଣାଣି କରିଥିଲେ । ସମୁଦାୟ ୩୮ ଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥି ମଧ୍ୟରୁ ବିଶେଷ କରି ଘର ନଥିବା ଲୋକଙ୍କୁ ବାସଗୃହ ଯୋଗାଇବା, ଘର ଡିହ ନଥିବା ଲୋକଙ୍କ ଘର ଡିହ ପ୍ରଦାନ, ଲୋକ ବକେୟା ପ୍ରାପ୍ୟ ପାଇବା ସହ ଅନେକ ଉନ୍ନୟନ କାର୍ଯ୍ୟ ନିମନ୍ତେ ଅଭିଯୋଗ କରିଥିଲେ । କିଛି ଲୋକ ବ୍ଲକ କାର୍ଯ୍ୟାଳୟ ରେ ଖାଲି ଥିବା ପଦବୀ ପୂରଣ ପାଇଁ ମଧ୍ୟ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଶୁଣାଣି ବେଳେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ରଞ୍ଜିତ, ବାଲିଗୁଡା ଉପ ଜିଲ୍ଲାପାଳ ଏମ ମଧୁସ୍ମିତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ, ବ୍ଲକ ଅଧକ୍ଷା ସୁଷମା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ ।
Sign in
Sign in
Recover your password.
A password will be e-mailed to you.