ମାଛଗାଁ କେନାଲରେ ଘାଇ,ତରିକୁନ୍ଦରେ ୩୦ ଫୁଟ, ବରଡ଼ାରେ ୧୫ ଫୁଟ

0

 ବିସ୍ତୃତ ଅଞ୍ଚଳ ଜଳବନ୍ଧୀ, ପରିବା ଫସଲ ନଷ୍ଟ l

ଜଗତସିଂହପୁର,ତା-୧୭.୦୭.୨୦୨୩/ସୁମନ୍ତ କୁମାର ଦାସ: ଚଳିତ ବର୍ଷର ପ୍ରଥମ ଦୁଇ ତିନିଦିନ ହେଲା ମାଛଗାଁ କେଇନାଲରେ ପାଣି ଛଡା ଯାଇଥିବାବେଳେ ଶନିବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ତହସିଲ ଅଧୀନସ୍ଥ ତରୀକୁନ୍ଦ ବଜାର ଦେବେନ୍ଦ୍ର ପାତ୍ର ଦୋକାନ ପଛପଟ ମାଛଗାଁ କେନାଲ ବନ୍ଧ ଭାଙ୍ଗି ୩୦ ଫୁଟ ଘାଇ ହୋଇଥିବାବେଳେ ବିରିଡି ତହସିଲ ଅନ୍ତର୍ଗତ ବରଡାରେ ମଧ୍ୟ ୧୫ ଫୁଟ ଘାଇ ହୋଇଯାଇଛି । ତରୀକୁନ୍ଦରେ ଘାଇରେ ପଞ୍ଚାୟତ କାର୍ଯ୍ୟାଳୟ, ବିଟି ହାଉସ, ସେବାସମବାୟ ସମିତି, ରାଜସ୍ଵନିରୀକ୍ଷକ କାର୍ଯ୍ୟାଳୟ, ମାଦରଶା, ଗ୍ରାମ୍ୟ ବ୍ୟାଙ୍କ ସମେତ ବଜାରରେ ଥିବା ସାର ଗୋଦାମ, ଗୋଲକୋଇଲା ଫ୍ୟାକ୍ଟ୍ରି ଓ ଘାଇ ସମ୍ମୁଖରେ ରହିବା ଗୃହ ଗୁଡିକ ଜଳବନ୍ଦୀ ହୋଇରହିଛି । ଘାଇ ହେବାଦ୍ଵାରା ତରୀକୁଦ ବଜାର ଶେଷମୁଣ୍ଡରେ ପାଣି ପାସ କାରୁଥିବାରୁ ଦିନ ୧୦ଟା ପର୍ଯ୍ୟନ୍ତ ଯାତାୟାତ ଜଗତସିଂହପୁର- କଟକ ରାସ୍ତା ବନ୍ଦ ହୋଇଯାଇଥିଲା। ତରୀକୁନ୍ଦର ଦରିଆପୁର ତଳିଅଞ୍ଚଳ ସମେତ ତରିକୁନ୍ଦ, ବଡ ତିହଡ଼ା, ସାନ ତିହଡ଼ା, ବିଶ୍ଵନାଥପୁର, ପଣ୍ଡିଆସାହି ଗହୀରର ଶହଶହ ଏକର ଚାଷ ଜମୀରେ ୩ଫୁଟ ପାଣି ଭର୍ତ୍ତି ହୋଇଯାଇଛି। ଯାହାଫଳରେ ପନିପରିବା ଓ ଧାନ ତଳି ମଧ୍ୟ ସମ୍ପୂର୍ଣ୍ଣ ବୁଢିଯାଇଛି । ଖବର ପାଇ ବିଧାୟକ ବିଜୟ ଶଙ୍କର ଦାସ ତତ୍କାଳ ଭିତ୍ତିରେ ବନ୍ଧ ବନ୍ଧା କାର୍ଯ୍ୟ ସାରିବା ସହ କ୍ଷତି ଆକଳନ କରି ଜଳବନ୍ଧୀ ଥିବା ଲୋକଙ୍କୁ ରିଲିଫ ଯୋଗାଇବାକୁ ନିର୍ଦେଶ ଦେଇଥିଲେ । ବରଡ଼ା ଘାଇ ବନ୍ଦ କରାଯାଇଥିବାବେଳେ ମାଛଗାଁ କେନାଳ ପାଣି ବନ୍ଦ କରାଯାଇଛି ।

Leave A Reply

Your email address will not be published.