ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଲଖମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଦ୍ୟାଳୟର ଛାତ୍ର ମନୀଷ ପ୍ରଧାନ ଗତ ଯୁକ୍ତ ଦୁଇ ପରୀକ୍ଷାରେ ୭୮ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ କଲେଜ ଟପ୍ପର ହୋଇଥିଲେ l କିନ୍ତୁ ପିଲାଟି ଦିନରୁ ବାପାଙ୍କୁ ହରାଇ ଥିବା ମନୀଷ ଙ୍କୁ ଆଗକୁ ପାଠ ପଢିବା ପାଇଁ ଅର୍ଥ ସାଜିଥିଲା ବାଧକ l କିଛି ଦିନ ପୂର୍ବରୁ ତାଙ୍କ ବିଧବା ମା ସହଯୋଗ ପାଇଁ ନିବେଦନ କରିଥିବା ଖବର କାଗଜରେ ପ୍ରକାଶିତ ହୋଇଥିଲା l ଖବର ପାଇ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସହଯୋଗ ର ହାତ ବଢାଇଛନ୍ତି l ବିଧାୟିକା ଙ୍କ ଭାଇ ତଥା ଯୁବନେତା ଭୋଜରାଜ ସିଂ ବରିହା ଓ କଲେଜ କୁ ଯାଇ ଉଚ୍ଚ ଶିକ୍ଷା ନିମନ୍ତେ ମନୀଷ ଙ୍କ ନାମ ଲେଖାଇବା ସହିତ ଆଗକୁ ସବୁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.