କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀ ନିବାସର ଅନ୍ତେବାସିନୀଙ୍କ ସୁରକ୍ଷା ଏବଂ ନିରାପତ୍ତା ସମ୍ବନ୍ଧୀୟ ନିୟମାବଳୀ ଉପରେ ୪ଦିନିଆ ପ୍ରଶିକ୍ଷଣ

ଭୁବନେଶ୍ୱର: ରାଜ୍ୟ ପ୍ରକଳ୍ପ କାର୍ଯାଳୟ, ଓସେପା ସମ୍ମିଳନୀ କକ୍ଷରେ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସର ଅନ୍ତେବାସିନୀଙ୍କ ନିମନ୍ତେ ଏକ ୪ଦିନିଆ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛିା ଉକ୍ତ କର୍ମଶାଳାରେ ଛାତ୍ରୀନିବାସରେ ରହୁଥିବା ଅନ୍ତେବାସିନୀମାନଙ୍କର ସାଇବର ସଚେତନତା, POCSO Act. J.J.Act., ସୁରକ୍ଷା ଓ ନିରାପତ୍ତା ଉପରେ ଓ୍ୱାର୍ଡେନମାନଙ୍କୁ ବିଭିନ୍ନ ଗଠନମୂଳକ ପରାମର୍ଶ ଦିଆଯାଇଥିଲାା
ଉକ୍ତ କାର୍ଯକ୍ରମଟି ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲାା ଏହି ୪ଦିନିଆ କାର୍ଯକ୍ରମରେ କେଜିବିଭି ଅନ୍ତେବାସିନୀମାନଙ୍କ ନିମନ୍ତେ ସାଇବର ସୁରକ୍ଷା, ଅନ୍ତେବାସିନୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ନିରାପତ୍ତା ନିୟମାବଳୀ ଯଥା :- ଶାରୀରିକ, ପରିବେଶ, ମନସ୍ତାତ୍ତ୍ୱିକ, ଖାଦ୍ୟ ପଦାର୍ଥ ଇତ୍ୟାଦିର ସୁରକ୍ଷା ବିଷୟରେ ଓ୍ୱାର୍ଡେନମାନଙ୍କୁ ସଚେତନ କରାଯାଇଥିଲାା ବିଶେଷ କରି ସାମ୍ପ୍ରତିକ ପରିସ୍ଥିତିରେ ପିଲାମାନେ କିଭଳି ଭାବରେ ସାଇବର ଠକେଇରୁ ବଞ୍ଚିତ ହେବେ ସେ ସମ୍ବନ୍ଧୀୟ ସମାଧାନ ଉପରେ ଆଲୋଚନା କରାଯାଇଥିଲାା ପିଲାମାନେ ସାଇବର ସଚେତନତା ପାଇଁ କ’ଣ କରିବା ଉଚିତ ଓ ଅନୁଚିତ ଏହା ଉପରେ ସବିଶେଷ ଆଲୋଚନା କରାଯାଇଥିଲାା
ଏହି ପ୍ରଶିକ୍ଷଣ କାର୍ଯକ୍ରମରେ ରାଜ୍ୟର ୨୩ଟି ଜିଲ୍ଲାରୁ ୨୭୭ କେଜିବିଭି ଓ୍ୱାର୍ଡେନ ଯୋଗଦେଇଥିଲୋ ଉକ୍ତ କାର୍ଯକ୍ରମରେ ଶ୍ରୀମତୀ ପୂରବୀ ପଟ୍ଟନାୟକ, ପ୍ରମୁଖ ପରାମର୍ଶ ଦାତା, ଭାରତ ସରକାର, ନୂଆ ଦିଲ୍ଲୀ, ଭୁବନେଶ୍ୱର, କ୍ରାଇମ ବ୍ରାଞ୍ଚର ଡି.ଏସ.ପି, ଇମନ କଲ୍ୟାଣ ନାୟକ, ପୂର୍ବତନ ମହିଳା କମିଶନ ସଦସ୍ୟା, ସ୍ନେହାଞ୍ଜଳି ମହାନ୍ତି ପ୍ରମୁଖ ସାଧନ କର୍ମୀଭାବେ ଯୋଗଦେଇ ଓ୍ୱାର୍ଡେନମାନଙ୍କୁ ଅନ୍ତେବାସିନୀମାନଙ୍କର ସୁରକ୍ଷା ଓ ନିରାପତ୍ତା ସଂପର୍କିତ ବିଭିନ୍ନ ନିୟମାବଳୀ ଉପରେ ପରାମର୍ଶ ଦେଇଥିଲୋ
ଉଦ୍ଯାପନ ଦିବସରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଭଗବାନ ବେହେରା, ଯୁଗ୍ମନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ବେହେରା ସମସ୍ତ ଓ୍ୱାର୍ଡେନମାନଙ୍କୁ ଏହି କାର୍ଯକ୍ରମରେ ଯୋଗଦେଇ ପିଲାମାନଙ୍କ ସୁରକ୍ଷା ପାଇଁ ଓ୍ୱାର୍ଡେନମାନଙ୍କର ଭୂମିକା ଅତନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ଓସେପାର ଯୁଗ୍ମ ନିର୍ଦ୍ଦେଶିକା ରାଜଶ୍ରୀ ପଟ୍ଟନାୟକ, ବାଳିକା ଶିକ୍ଷା ସଂଯୋଜିକା ଲହରୀ ମହାନ୍ତି ପ୍ରମୁଖ କାର୍ଯକ୍ରମରେ ଅଂଶଗ୍ରହଣ କରି କାର୍ଯକ୍ରମଟିକୁ ସଫଳ ଭାବରେ ପରିଚାଳନା କରିଥିଲୋ