ଗୋତରା ପଂଚାୟତ ଉପନିର୍ବାଚନ ପାଇଁ ବିଜେଡ଼ି ସରପଂଚ ପ୍ରାର୍ଥୀ ଭାବେ ପ୍ରହଲ୍ଲାଦ ପ୍ରଧାନଙ୍କ ନାମ ଘୋଷଣା କଲେ ବିଧାୟକ ପ୍ରତାପ ଜେନା
https://youtu.be/FeM3DY3ezEU
ପୂର୍ବ ପଂଚାୟତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ପାଇଁ ଶପଥ
ମାହାଙ୍ଗା (ଦେବେନ୍ଦ୍ର ଷଢଙ୍ଗୀ): ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ଅନୁଯାୟୀ ମାହାଙ୍ଗା ବ୍ଲକ ଗୋତରା ଗ୍ରାମପଂଚାୟତ ରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିନିମନ୍ତେ ଗୋତରା ଅସୁଲପୁର ବଜାର ସ୍ଥିତ ମଣ୍ଡପରେ ଏକ ପଂଚାୟତ ସମାବେଶ ଅନୁଷ୍ଠିତ ହେବା ସହିତ ଆଗାମୀ ପଂଚାୟତ ଉପନିର୍ବାଚନ ପାଇଁ ବିଜେଡ଼ି ଦଳ ପକ୍ଷରୁ ସରପଂଚ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
ବରିଷ୍ଠ ସାମ୍ବାଦିକ ଶଶୀଭୂଷଣ ଷଢଙ୍ଗୀଙ୍କ ସଭାପତିତ୍ୱ କ୍ରମେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ସରପଂଚ ପ୍ରାର୍ଥୀ ଭାବେ ପ୍ରହଲ୍ଲାଦ ପ୍ରଧାନଙ୍କ ନାମକୁ ଆନୁଷ୍ଠାନିକ ଭାବେ ଘୋଷଣା କରିବା ସହ ପଂଚାୟତର ବିକାଶ ପାଇଁ ସରପଂଚ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କୁ ବହୁ ସଂଖ୍ୟା ଭୋଟରେ ଜିତାଇବା ପାଇଁ ଗୋତରା ଜନସାଧାରଣ ମାନଙ୍କୁ ଅନୁରୋଧ କରିଥିଲେ । ସୂଚନାଥାଉକି ଶ୍ରୀ ପ୍ରଧାନ ଦୀର୍ଘଦିନ ଧରି ବିଜେପି ଦଳରେ କାର୍ଯ୍ୟ କରୁଥିବା ବେଳେ ପୂର୍ବପଂଚାୟତ ନିର୍ବାଚନରେ ସମିତିସଭ୍ୟ ଭାବେ ବିଜେପି ଦଳରୁ ନିର୍ବାଚନ ରଣାଙ୍ଗନରେ ପାଦ ଥାପି କମ ସଂଖ୍ୟକ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ କିନ୍ତୁ ଗୋତରା ପଂଚାୟତର ବିଜୁ ଜନତା ଦଳ ସରପଂଚ ପ୍ରାର୍ଥୀ ରତ୍ନାକର ସାହୁଙ୍କ ଅକାଳ ବିୟୋଗ ପରେ ଗୋତରା ପଂଚାୟତ ସରପଂଚ ଗାଦି ଫାଙ୍କା ପଡ଼ିଥିଲା ।
ଗତ କିଛିଦିନ ହେବ ବିଜେପି କର୍ମୀ ପ୍ରହଲ୍ଲାଦ ପ୍ରଧାନ ତାଙ୍କ ସହଯୋଗୀ ସାଥି ମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ,ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ସର୍ବୋପରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ବିଜୁ ଜନତା ଦଳରେ ସାମିଲ ହେବା ପରେ ବିଧାୟକ ଶ୍ରୀ ଜେନା ଏବଂ ପଂଚାୟତ ମୁରବୀମାନଙ୍କ ନିଷ୍ପତି କ୍ରମେ ଚଳିତ ଉପନିର୍ବାଚନ ପାଇଁ ସରପଂଚ ପ୍ରାର୍ଥୀ ଭାବେ ପ୍ରହଲ୍ଲାଦ ପ୍ରଧାନଙ୍କ ନାମକୁ ଘୋଷଣା କରାଯାଇଛି । ଏହି ପରୀପ୍ରେକ୍ଷୀରେ ବହୁ ବିଜେପି ଏବଂ କଂଗ୍ରେସ କର୍ମୀମାନେ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଏବଂ ଆଗାମୀ ନିର୍ବାଚନରେ ପଂଚାୟତର ବିକାଶ ପାଇଁ ବିଜୁ ଜନତା ଦଳ ସରପଂଚ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କୁ ବହୁ ସଂଖ୍ୟରେ ବିଜୟଲାଭ କରାଇବେ ବୋଲି ଶପଥ ଗ୍ରହଣ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଅଶୋକ କୁମାର ଓଝା, ବ୍ଲକ ବିଜେଡ଼ି ସଭାପତି ରାଜକିଶୋର ଜେନା, ସମାଜସେବୀ ବିପିନବିହାରୀ ନାୟକ, ସମିତିସଭ୍ୟ ପ୍ରଦିପ୍ତ ବିଶ୍ୱାଳ, ପୂର୍ବତନ ସରପଂଚ କମଳାକାନ୍ତ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ସେଠୀ, ବିଜେଡ଼ି ପର୍ଯ୍ୟବେକ୍ଷକ କମଳାକାନ୍ତ ଦାସ, ଦେବରଂଜନ ମହାନ୍ତି, ଚିତରଂଜନ ମହାପାତ୍ର, ପ୍ରଦୀପ୍ତ ସ୍ୱାଇଁ, ସଚ୍ଚିଦାନନ୍ଦ ସାହୁ, ଶାରଦାପ୍ରସାଦ ସାହୁ, ଶଶାଙ୍କଶେଖର ଦାସ,କ୍ଷୀରୋଦ ବେହେରା, ସୁଶାନ୍ତ ଷଢଙ୍ଗୀ, ସରପଂଚଙ୍କ ପ୍ରତିନିଧି ଧିରେନ୍ଦ୍ର ବାରିକ, ବ୍ଲକ ଫେଡେ଼ରେସନ ସଭାପତି ସସ୍ମିତା ମହାନ୍ତି, ଶୁଭଲକ୍ଷ୍ମୀ ବଳ ଙ୍କ ସମେତ ବହୁ ବିଜୁଜନତା ଦଳ କର୍ମୀ, ସଂଖ୍ୟାଲଘୁ ସମ୍ପ୍ରଦାୟ କର୍ମୀ,ପଂଚାୟତର ଯୁବକ ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
