ନବରଙ୍ଗପୁର/ଅଶୋକ ସାହୁ: ତା ୧୫.୦୭.୨୦୧୩ ରିଖ ସ୍ଥାନୀୟ ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ, ନବରଙ୍ଗପୁରଙ୍କ କାର୍ଯ୍ୟାଳୟରେ ଜ଼ିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ୧୦ ଗୋଟି ସାଧାରଣ ବର୍ଗ ଏବଂ ୧୦ ଗୋଟି ଆଦିବାସୀ ବର୍ଗର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୮୦% ରିହାତି ଦରରେ ବିଭିନ୍ନ କୃଷି ଯନ୍ତ୍ରପାତି କିଣିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା l ଏହି ଯୋଜନା ଟି ” Sub Mission of Agriculture Machanisation in Aspirational District ” ଅଧୀନରେ ଅନ୍ତର୍ଗତ l
ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅତି କାମରେ ୩ଟି ଯନ୍ତ୍ରପାତି ଏବଂ ଗୋଟିଏ ଅମଳ ପରବର୍ତ୍ତୀ ଯନ୍ତ୍ରପାତି କିଣି ୮ ଲକ୍ଷ ଟଙ୍କାର ରିହାତି ପାଇବେ l
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳ ବେହେରା, ନବରଙ୍ଗପୁର ବ୍ୟାଙ୍କ ଏଲ୍ ଡି ଏମ ସୁନୀଲ କୁମାର ଜାମୁଣ୍ଡା , ଅତିରିକ୍ତ କୃଷି ଅଧିକାରୀ ଜି. ଭେଙ୍କଟ . ରେଡି ପାପଡାହାଣ୍ଡି, AEE ଗୌରୀ ଶଙ୍କର ସାହୁ ନବରଙ୍ଗପୁର ପ୍ରମୁଖ ଉପସ୍ଥିତ ଥିଲେ l
ଏହି ଯୋଜନାଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ର ଆର୍ଥିକ ଉନ୍ନତିରେ ସହାୟକ ହେବ ସହ ସେହି ଅଞ୍ଚଳରେ ସୁଚାରୁ ରୂପେ ଯାନ୍ତ୍ରିକ ପଦ୍ଧତିରେ ଚାଷ କରିବା ପାଇଁ ଭଡା ସୂତ୍ରରେ ସୁଲଭ ଓ ସୁବିଧାରେ କୃଷି ଯନ୍ତ୍ରପାତି ଯୋଗାଇ ପାରିବେ l
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସରକାରଙ୍କ ଆଭିମୁଖ୍ୟକୁ ସଫଳ କରିବା ପାଇଁ ଜ଼ିଲ୍ଲାପାଳ ଡଃ ମିଶ୍ର ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆହ୍ବାନ ଦେଇଥିଲେ l ଏଥି ସହ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନବରଙ୍ଗପୁର ଦୃଷ୍ଠାନ୍ତ ମୂଳକ କାର୍ଯ୍ୟକରି କୃଷି କ୍ଷେତ୍ରରେ କୃଷକ ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ଓ ଉଦାହରଣର କୀର୍ତ୍ତି ସ୍ଥାପନ କରିବା ପାଇଁ ଗୁଣ ମନ୍ତ୍ର ପ୍ରଦାନ କରିଥିଲା l
Sign in
Sign in
Recover your password.
A password will be e-mailed to you.