ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଭାଗୃହରେ କଟକ ଜିଲ୍ଲା ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସାମୁହିକ ଅଭ୍ୟାସ (ମକ ଡ୍ରିଲ) ଆଲୋଚନା ଚକ୍ର ଡେପୁଟି କମାଣ୍ଡେଣ୍ଟ ଧନଞ୍ଜୟ କୁମାର, ସବ ଇନ୍ସପେକ୍ଟର ବିନୋଦ କୁମାର ମୀନା, ପୁଷ୍ପେନ୍ଦ୍ର କୁମାର ଦୁବେ,ମହେନ୍ଦ୍ର କୁମାର ଚୌଧୁରୀ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି l ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି କେମିତି ରହିବ ଓ ସର୍ବସାଧାରଣ ରେ ବିପର୍ଯ୍ୟୟ କୁ କିପରି ପ୍ରତିହତ କରିହେବ, ବିପର୍ଯ୍ୟୟ ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ବିପର୍ଯ୍ୟୟ କୁ ହ୍ରାସ କରିବା ପଦ୍ଧତି, ପ୍ରାକ୍ ସୂଚନା ଯଥା ପ୍ରସାରଣ, ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତରିତ, ସମ୍ପୃକ୍ତ ଅଧିକାରୀ ମାନଙ୍କ ଭୂମିକା, ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଯନ୍ତ୍ର ଓ ଉପକରଣ ର ବ୍ୟବହାର, ରିଲିଫ ବଣ୍ଟନ ଏବଂ ସଫଳ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ଆଲୋଚନା ଚକ୍ର ପରେ ଝରିଗାଁ ସ୍ଥିତ ବଡ ବନ୍ଧ ଜଳାଶୟରେ NDRF ଟିମ୍ ସହଯୋଗ ରେ ସ୍ଥାନୀୟ ଜନସାଧାରଣ ଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରେ ଅନୁଷ୍ଠିତ ଏକ ମକ ଡ୍ରିଲ ରେ ବନ୍ୟା ଭଳି ପରିସ୍ଥିତି ରେ ନିଜକୁ ପାଣିରୁ ସୁରକ୍ଷିତ ବଞ୍ଚାଇବା ସହିତ ଅନ୍ୟମାନଙ୍କ ଧନ ଜୀବନ ଗୃହପାଳିତ ପଶୁ ପକ୍ଷୀ ଙ୍କୁ କିପରି ଭାବରେ ସୁରକ୍ଷିତ ଉପାୟରେ ବଞ୍ଚାଇବା ର କୌଶଳ ପ୍ରଦର୍ଶନ କରିଥିଲେ। ଏହି ମକ ଡ୍ରିଲ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ଜରୁରୀ କାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ଝରିଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଅତିରିକ୍ତ ତହସିଲଦାର ସତୀଶ ବଇନ,ନିର୍ବାହୀ ଯନ୍ତ୍ରୀ TPSODL ଶିବେଶ ସାହୁ, ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସତ୍ୟନାରାୟଣ ମେହେର, ବରିଷ୍ଠ ରାଜସ୍ୱ ସହାୟକ, ତ୍ରିପତି ଵାଲାଜୀ ସାହୁ, ସନ୍ଦୀପ କୁମାର ନାୟକ,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପାର୍ଥଜିତ ମଣ୍ଡଳ, ତହସିଲଦାର ରାଇଘର ,ଚନ୍ଦାହାଣ୍ଡି ,ଉମରକୋଟ, କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁନିସିପାଲିଟି ଉମରକୋଟ ଏବଂ ନବରଙ୍ଗପୁର ସହିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଗ୍ନିଶମ ବିଭାଗ ର କର୍ମକର୍ତ୍ତା, ପ୍ରାଣୀ ଧନ ଚିକିତ୍ସା ଅଧିକାରୀ, ବନ ବିଭାଗର କର୍ମକର୍ତ୍ତା, ଅଙ୍ଗନବାଡି ଓ ମିଶନ ଶକ୍ତି ମହିଳା ସଦସ୍ୟା ବୃନ୍ଦ, ସରପଞ୍ଚ, ଝରିଗାଁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଜୁନିୟର ରେଡକ୍ରସ ମାନଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା, ସ୍ଥାନୀୟ ସ୍ବେଚ୍ଛାସେବୀ, ସ୍ଥାନୀୟ ଜନସାଧାରଣ ସହିତ ଝରିଗାଁ ର ର ସାମ୍ବାଦିକ ବନ୍ଧୁ ପ୍ରମୁଖ ଯୋଗ ଦେଇ ଥିଲେ।
Sign in
Sign in
Recover your password.
A password will be e-mailed to you.