ରାଇଘର/ନରସିଂ ବାଘ :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଓ ଉମରକୋଟ ରେ ଆସି ଉପସ୍ଥିତ ପହଞ୍ଚିଲେ ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ,କଲ୍ୟାଣ ବିଭାଗ,ଆଇନ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ସାରକା ରାଇଘର ଓ ଉମରକୋଟରେ ଥିବା ଜିଲ୍ଲା କଲ୍ୟାଣ ବିଭାଗ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଅନ୍ଵେଷାର ଶୁଭ ଉଦଘାଟନ କରିଥିଲେ Iମନ୍ତ୍ରୀ ସକାଳ ୧୧ଟା ସମୟରେ ରାଇଘରବ୍ଲକ ରେ ପହଞ୍ଚି ଲେ ଛାତ୍ର ଛାତ୍ରୀ ହଷ୍ଟେଲ ଶୁଭ ଉଦଘାଟନ କଲେ ରାଇଘର ପ୍ରଗ୍ରାମ ସାରି କି ଉମରକୋଟ ଗସ୍ତ କଲେ ଓ ପୂର୍ବାହ୍ନ ୧:୧୫ସମୟରେ ଉମରକୋଟ ପହଞ୍ଚି ୩୦୦ଶଯ୍ୟା ବିଶିଷ୍ଟ ଛାତ୍ର ନିବାସ ଓ ୨୦୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶୁଭ ଉଦଘାଟନ କରିଥିଲେ । ଉମରକୋଟ ଅନ୍ଵେଷାର ଠିକ ସମ୍ମୁଖରେ ଏକ ବିହାରୀ ଦେଶୀ ମଦ ଭାଟି ରହିଥିବାବେଳେ ଏବଂ ଅତି ନିକଟରେ ଗୋଟିଏ ବିଦେଶୀ ମଦ ଦୋକାନ ରହିଛି । ଏହି ଅନ୍ଵେଷା ହଷ୍ଟେଲରେ ରହିବାକୁ ଯାଉଥିବା ଆଦିବାସୀ ଓ ହରିଜନ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କେଉଁ ଆଡକୁ ଗତି କରିବ ତାହା ଏକ ବିରାଟ ପ୍ରଶ୍ନବାଚି ସୃଷ୍ଟି କରୁଛି । ଏ ବିଷୟରେ ମନ୍ତ୍ରୀଙ୍କୁ ପଚାରିବାରୁ ସେ ଏହାର ପ୍ରଶାସନିକ ତଦନ୍ତ କରାଯାଇ କଡା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଉଦଘାଟନି ସମାରୋହରେ ମୁଖ୍ୟ ଅତିଥ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ନବରଙ୍ଗପୁର ସାଂସଦ ରମେଶ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ରାଇଘର ବ୍ଲକଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାଗର ମାଝୀ. ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ରାଇଘର ବ୍ଲକ ଅଧ୍ୟକ୍ଷାନବୀନା ନାୟକ ଉପଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର ଓ ଅନ୍ୟନ ଅଧିକାରୀ ଉପସ୍ଥିତ. ଉମରକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ.ହିମାଚଳ ମାଝୀ, ତହସିଲଦାର ତୁଳା ମୁଦୁଲି, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ,ପୌରାଧ୍ୟକ୍ଷା ରାଧା ଭତରା, ଉପାଧ୍ୟକ୍ଷ ସୁଧାଂଶୁ ଦାସ ଏବଂ ରାଇଘର ବ୍ଲକ ଉମରକୋଟ ପୋଲିସ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.