ବରଗଡ଼ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ହେଉଛନ୍ତି , ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଧାୟିକା ହୋଇଥିବା ପ୍ରଥମ ମହିଳା । ଏହା ପୂର୍ବରୁ ନିର୍ବାଚନ ମଣ୍ଡଳୀରୁ କୋଣସି ମହିଳା ପ୍ରାର୍ଥୀ ବିଧାନସଭା ପାଇଁ ପ୍ରତିଦ୍ବନ୍ଦିତା କରି ନାହାନ୍ତି ।ଉପ ନିର୍ବାଚନ ରେ ବିଜୟ ଲାଭ କରିବା ପରେ , ବିଧାୟିକା ବର୍ଷା ସିଂ ବରିହା କ୍ରମାଗତ ଭାବରେ ନିର୍ବାଚନ ମଣ୍ଡଳୀର ଲୋକ ପାଖରେ ପହଞ୍ଚି ତାଙ୍କ ସହିତ ପ୍ରତାକ୍ଷ ଭାବରେ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି । ଇତି ମଧ୍ୟରେ ତାଙ୍କର ଲୋକପ୍ରିୟତା ଖୁବ ବୃଦ୍ଧି ପାଇଛି । ବିଶେଷ କରି ନିର୍ବାଚନ ମଣ୍ଡଳୀର ମହିଳା ମାନଙ୍କ ଭିତରେ ତାଙ୍କର ଗ୍ରହନୀୟତା କାହିଁରେ କେତେ । ସେ ଯେଉଁଠି ଜି ଯାଇଥାନ୍ତି ସେହି ଗ୍ରାମର ମହିଳା ମାନେ ଅତ୍ୟନ୍ତ ଆଗ୍ରହ ଓ ଅତ୍ମୀୟତା ର ସହିତ ତାଙ୍କୁ କୋଳେଇ ନେବା ସହିତ ପାଛୋଟି ନିଅନ୍ତି । କିଏ କିଏ ନିଜ ଘରରେ ଆତିଥ୍ୟ ପ୍ରଦାନ କରିବା ପାଇଁ ବାଧ୍ୟ ମଧ୍ୟ କରିଥାନ୍ତି । ଅଞ୍ଚଳର ମହିଳା ମାନେ ତାଙ୍କୁ ବିଧାୟିକା କମ ଓ ନିଜର ଝିଅ ଓ ଭଉଣୀ ଭାବରେ ବେଶି ଆଦର କରୁଛନ୍ତି । ମୋଟାମୋଟି କହିବା କୁ ଗଲେ ବର୍ତ୍ତମାନ ରାଜନୈତିକ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳୀରେ ଲୋକ ପ୍ରୟତା ର ଶୀର୍ଷ ରେ ବର୍ଷା ।
ଅନ୍ୟପଟେ ଦେଖିବାକୁ ଗଲେ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ସାତ ଗୋଟି ବିଧାନସଭା ଆସନ।ମଧ୍ୟରୁ ପାଞ୍ଚ ଗୋଟି ବିଧାନସଭା , ବ୍ରଜରାଜନଗର ରୁ ଅଳକା ମହାନ୍ତି , ଝାରସୁଗୁଡା ଦିପଲି ଦାସ , ଅତାବିରା ରୁ ସ୍ନେହାଙ୍ଗିନୀ ଛୁରିଆ , ବିଜେପୁର ରୁ ରିତା ସାହୁ ଓ ପଦ୍ମପୁର ରୁ ବର୍ଷା ସିଂ ବରିହା , ଓଡିଶା ବିଧାନସଭା ରେ ଅଞ୍ଚଳର ପ୍ରତିନିଧିତ୍ବ କରୁଛନ୍ତି । ବିଜୁ ଜନତା ଦଳ ର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଦଳ ସବୁବେଳେ ମହିଳା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗକୁ ଆଣିବା ପାଇଁ ପ୍ରୟାସ କରୁଛନ୍ତି , ସେହିଭଳି ପ୍ରତାକ୍ଷ ରାଜନୀତି ରେ ମହିଳା ମାନଙ୍କ ଭିତରେ ରହିଥିବା ନେତୃତ୍ୱ ନେବାର କ୍ଷମତା ର ବିକାଶ ଦିଗରେ ରେ ମଧ୍ୟ ପ୍ରୟାସ କରୁଛନ୍ତି । ଏହି ପ୍ରୟାସ କୁ ତୃଣମୂଳ ସ୍ତରରୁ କାର୍ଯକାରୀ କରେଇବା ପାଇଁ ନିଜ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଗତ କିଛି ଦିନ ହେଲା ଖୁବ ପ୍ରଶଂସନୀୟ ପ୍ରୟାସ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା । ଗତ କିଛିଦିନ ହେଲା ଗାଁ ଗାଁ ବୁଲି ମହିଳା ଓ ଯୁବତୀ ମାନଙ୍କୁ ସଂଗଠିତ କରି ତୃଣମୂଳ ସ୍ତରରୁ ଦଳ କୁ ମଜବୁତ କରିବା ପାଇଁ ଲାଗିପଡିଛନ୍ତି । ଏହିକ୍ରମରେ ପାଇକମାଲ ବ୍ଲକ ଝାରବନ୍ଧ ଓ ଚିଂଦେଇକେଲା ପଞ୍ଚାୟତ ରେ ମହିଳା ଓ ଯୁବତୀ ମାନଙ୍କୁ ନେଇ ଅଲଗା ଅଲଗା ଦୁଇ ଗୋଟି ସଭାକରି ମହିଳା ମାନଙ୍କୁ ପ୍ରତାକ୍ଷ ଭାବରେ ଦଳ ସହିତ ଯୋଡିବାରେ ସଫଳ ହୋଇଛନ୍ତି ବିଧାୟିକା ବର୍ଷା ।
ଏହି ଅବସରରେ ବିଧାୟିକା କହିଛନ୍ତି ଯେ , ମହିଳା ମାନେ ହେଉଛନ୍ତି ଜାତି , ସମାଜ ଓ ଦେଶର ମୂଳଦୁଆ । ଜଣେ ମହିଳା କିମ୍ବା ଯୁବତୀ ଯେମିତି ସୁନ୍ଦର ଓ ସୁରୁଖୁରୁରେ ଘର ଚଳେଇ ପାରନ୍ତି , ସେହିଭଳି ସେ ନିଜ ଗ୍ରାମ କିମ୍ବା ଦେଶର ନେତୃତ୍ୱ ନେଇ ଗ୍ରାମ କିମ୍ବା ଦେଶକୁ ଭଲ ଭାବରେ ପରିଚାଳନ କରିବା ସହିତ ଦେଶର ଭବିଷ୍ୟତ ଗଢିବାରେ ନିଜର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇ ପାରିବେ । ଦଳୀୟ ସଂଗଠନ ରେ ମହିଳା ମାନେ ତୃଣମୂଳ ସ୍ତରରୁ ସାମିଲ ହେଲେ ଗାଁ ତଥା ସମାଜର ଅନେକ ସମସ୍ୟା ର ସମାଧାନ ଖୁବଶୀଘ୍ର ହେବା ସହିତ , ସରକାର ତଥା ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ ଜନାହିତକର ଯୋଜନା ସବୁ ବାବଦରେ ଲୋକେ ସହଜରେ ଜାଣି ପେଇବେ ଓ ଏହାର ଲାଭ ପାଇ ପାରିବେ । ଆଗାମୀ ଦିନରେ ସମଗ୍ର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମହିଳା ଓ ଯୁବତୀ ମାନଙ୍କୁ ଦଳୀୟ ସଂଗଠନ ଅଧିକ ରୁ ଅଧିକ ଭାବରେ ସକ୍ରିୟ ଭୂମିକା ନିର୍ବାହନ ପାଇଁ ସଂଗଠିତ କରିବାର ପ୍ରୟାସ କରାଯିବ ବୋଲି ମାନ୍ୟବର ବିଧ୍ୟାୟିକା ମତବ୍ୟକ୍ତ କରିଛନ୍ତି ।
ଲୋକଙ୍କ ସେବା ପାଇଁ ବିଧାୟିକା ଙ୍କର ସମର୍ପଣ ଭାବ ସହିତ ଲୋକପ୍ରିୟତା ଓ ସଂଗଠନ କୁ ସୁଦୃଢ଼ କରିବାର ପ୍ରୟାସ ଏବେ ଅଞ୍ଚଳ ସାରା ଚର୍ଚ୍ଚା ର ବିଷୟ ପାଲଟି ଥିବା ବେଳେ ବିରୋଧୀ ମାନଙ୍କ ହୃଦସ୍ପନ୍ଦନ ବଢ଼େଇ ଦେଇଛି ।
Sign in
Sign in
Recover your password.
A password will be e-mailed to you.