ଭାରତରେ ଦକ୍ଷତା ବୃଦ୍ଧି ପାଇଁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ ବୁଝାମଣା ପତ୍ର ସ୍ବାକ୍ଷରିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତରେ ଦକ୍ଷତାର ବିଶ୍ଵସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍ ୟୁନିଭରସିଟି , ଯାହାକି ଏହା ଭାରତର ପ୍ରାଥମିକ ଅନୁଷ୍ଠାନ ଏବଂ ସେଞ୍ଚୁରିଅନ୍ ୟୁନିଭରସିଟି ଯାହା ଭାରତର ପ୍ରଥମ ପ୍ରିମିୟର୍ ସ୍କିଲ୍ ବିଶ୍ୱବିଦ୍ୟାଳୟ ଓ ଦକ୍ଷତା ବିକାଶ ଏବଂ ଏହା ଉଦ୍ୟୋଗ ମନ୍ତ୍ରଣାଳୟର ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ଓଡ଼ିଶା ଏବଂ ଆନ୍ଧ୍ର-ପ୍ରଦେଶରେ ଅବସ୍ଥାପିତ।
ଉଚ୍ଚଶିକ୍ଷା , ଶିକ୍ଷାବିତ , ଗବେଷଣା , ନବସୃଜନ ଏବଂ ଉଦ୍ୟୋଗରେ ସହଯୋଗ ଏବଂ ଦକ୍ଷତା ଏକୀକରଣକୁ ପ୍ରୋତ୍ସାହିତ କରିବା ସହ ଉତ୍କର୍ଷତା ବୃଦ୍ଧି କରିବାକୁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ହାତ ମିଳାଇଛନ୍ତି।
ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଅଭିଜ୍ଞତା , ସର୍ବୋତ୍ତମ ଅଭ୍ୟାସ ଏବଂ ଜ୍ଞାନ ଆଦାନ ପ୍ରଦାନର ଅନୁଷ୍ଠାନିକ ସହଯୋଗ ପାଇଁ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି।
ପ୍ରାସଙ୍ଗିକ , ଉପଯୁକ୍ତ ଏବଂ ବଜାର ଚାଳିତ କୌଶଳ , ସମନ୍ୱିତ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ଏକାଡେମିକ୍ ଏବଂ ଅନୁସନ୍ଧାନ ସହଯୋଗକୁ ପ୍ରୋତ୍ସାହିତ ଏବଂ ମଜବୁତ କରିବାର ଏହାର ମୁଖ୍ୟ ଉଦ୍ଦେଶ୍ୟ।
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ , କୁଳପତି , ଓଡିଶା ପ୍ରଫେସର ଡ: ସୁପ୍ରିୟା ପଟ୍ଟନାୟକ କହିଛନ୍ତି ଯେ , ଜେଏନୟୁ ର ସହଯୋଗ ଆମ ସମସ୍ତଙ୍କ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପାଇଁ ଏହା ଏକ ସୌଭାଗ୍ୟ ଏବଂ ଗୌରବର ବିଷୟ। ମିଳିତ ଭାବେ ଆମେ ଆଶା କରୁଛୁ ଯେ , ଜାତୀୟ ଶିକ୍ଷା ନୀତି, ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ସମଗ୍ର ଭାରତରେ କୌଶଳ ବିସ୍ତାର କାର୍ଯ୍ୟକ୍ରମ ଗୁଡ଼ିକର ଏକକ୍ରମରେ ଅନୁସନ୍ଧାନ ଏବଂ କାର୍ଯ୍ୟ କରିବା। ଶିକ୍ଷାର ଭବିଷ୍ୟତ ସହିତ କୌଶଳର ଭବିଷ୍ୟତକୁ ଏକତ୍ର କରିବା। ଏହି ଆସୋସିଏସନ କେବଳ ଉଚ୍ଚଶିକ୍ଷାରେ କୌଶଳ ଏକୀକରଣର ସଂକଳ୍ପକୁ ଆଗକୁ ନେବ ନାହିଁ। ଏହା ଦେଶରେ ଶ୍ରମିକ ମାନଙ୍କ ମଧ୍ୟରେ ଥିବା ବିରାଟ ଦକ୍ଷତା ବ୍ୟବଧାନକୁ ଦୂର କରିବା ଦିଗରେ ବିଶେଷ ସାହାଯ୍ୟ କରିବ।
ଏମଓୟୁ ସ୍ୱାକ୍ଷର ସମାରୋହ କାର୍ଯ୍ୟକ୍ରମରେ ପ୍ରଫେସର ସତୀଶ ଚନ୍ଦ୍ର ଗାରକୋଟି , ଜେଏନୟୁ , ଡକ୍ଟର ଉତ୍କପଲ କୁମାର ଦେବନାଥ , ଜେଏନୟୁ , ଶ୍ରୀ ମନୋଜ କୁମାର ମନୁଜ , ଜେଏନୟୁ ଏବଂ ଅଭିନାଭ ମଦନ , ସିୟୁଟିଏମ , ମୋନାଲିଶା ଘୋଷ ସିୟୁଟିଏମ ଏବଂ ଅଭିଷେକ ଚତୁର୍ବେଦୀ ଜିଟିଇଟି ପ୍ରମୁଖ ଯୋଗ ଦେଇଥିଲେ

Leave A Reply

Your email address will not be published.