ଗାଇସିଲେଟ/ମନ ଡନସନା-ଗତ ଜୁଲାଇ ୧୦ ତାରିଖରୁ ସରକାରୀ ନୋଡାଲ ହାଇସ୍କୁଲ ଗାଇସିଲେଟ ଠାରେ ୪ ଦିନ ଧରି ବ୍ଳକ ସ୍ତରୀୟ ବିଜେତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୀଲ କୁମାର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଘାଟନ ସମାରୋହ କୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଲାଲ ବରିହା ମୁଖ୍ୟ ଅତିଥି ଓ ଏବିଇଓ ନେହେରୁ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ବ୍ଳକର ୨୩ ଟି ହାଇସ୍କୁଲରୁ ୮୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କବିତା ଲିଖନ, ଗଳ୍ପ ଲିଖନ, ଡ୍ରଇଂ, ପେଣ୍ଟିଂ, ନୃତ୍ୟ, ଅଭିନୟ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ନେଇଥିଲେ। ଏଥିରେ ମୋହନ ରଣା ଏବଂ ରାଜେଶ କୁମାର ମହାନ୍ତ ସାଧନ କର୍ମୀ ପ୍ରଶିକ୍ଷକ ଭାବରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରି ଏଡିଇଓ ରାଧାକାନ୍ତ ଛତ୍ରୀ , ତରାକନା ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁ ଓ ଜାଲପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଭାର୍ଗବ ନାଏକ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ମତବ୍ୟକ୍ତ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ବ୍ଳକର ସମସ୍ତ ୨୩ଟି ହାଇସ୍କୁଲ ରେ ୫ଟି ଯୋଜନାରେ ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ବିଜେତା କାର୍ଯ୍ୟକ୍ରମ ଗତ ଶିକ୍ଷା ବର୍ଷ ଠାରୁ ଆରମ୍ଭ ହୋଇଅଛି।
Sign in
Sign in
Recover your password.
A password will be e-mailed to you.