ଶ୍ରୀ ମହିମା ମିଶ୍ର ସାମୁଦ୍ରିକ ବ୍ୟବସାୟ କ୍ଷେତ୍ରରେ ‘ଶ୍ରେଷ୍ଠ ନେତୃତ୍ୱ’ ଭାବରେ ସମ୍ମାନିତ
ଭୁବନେଶ୍ୱର: ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସଏଲ୍) ତାହାର ପ୍ରତିଷ୍ଠାତା ଜନକ-ତଥା-ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଶ୍ରୀ ମହିମାନନ୍ଦ (ମହିମା) ମିଶ୍ରଙ୍କ ନେତୃତ୍ୱରେ ‘ସାମୁଦ୍ରିକ ବ୍ୟବସାୟ’ କ୍ଷେତ୍ରରେ ଦୁଇଟି ଆନ୍ତର୍ଜାତିକ ପୁରସ୍କାର ଲାଭ କରିଛି ।
ଶ୍ରୀ ମହିମା ମିଶ୍ର ‘ଶ୍ରେଷ୍ଠ ନେତୃତ୍ୱ’ ଭାବରେ ସମ୍ମାନିତ ହୋଇଥିବାବେଳେ ତାଙ୍କର ସମ୍ମାନଜନକ ସଂସ୍ଥା ଓଏସଏଲ୍ ‘ସାମୁଦ୍ରିକ ବ୍ୟବସାୟ’ କ୍ଷେତ୍ରରେ ‘ଶ୍ରେଷ୍ଠ ବ୍ରାଣ୍ଡ୍’ ବିବେଚିତ ହୋଇଛି ।
ଏହି ଦୁଇ ମର୍ଯ୍ୟାଦାଜନକ ପୁରସ୍କାର ଦୁବାଇସ୍ଥିତ ଜେଡବ୍ଲୁ ମାରିଅଟ୍ ମାକ୍ୱସ୍ ହୋଟେଲ୍ର ବିଜିନେସ୍ ବେ’ରେ ଚଳିତ ମାସ ୧୦ ତାରିଖରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ସଂଯୁକ୍ତ ଆରବ ଏମିରେଟ୍ସ୍ ଆନ୍ତର୍ଜାତିକ ନିବେଶକ ପରିଷଦର ସେକ୍ରେଟାରୀ ଜେନେରାଲ ସମ୍ମାନନୀୟ ଶ୍ରୀ ଜମାଲ୍ ବିନ୍ ସୈଫ ଅଲ୍ଜାରୱାନ୍ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ଏହି ଭବ୍ୟ ଉତ୍ସବ ‘ଏସିଆ-ଆଫ୍ରିକା ବିଜିନେସ୍ ଆଣ୍ଡ ସୋସିଆଲ୍ ଫୋରମ୍ (ଏଏବିଏସ୍ଏଫ)ର ବିଂଶତମ ସଂସ୍କରଣ’ ଏବଂ ‘ୱର୍ଲଡସ୍ ଗ୍ରେଟେଷ୍ଟ ବ୍ରାଣ୍ଡ୍ସ୍ ଆଣ୍ଡ ଲିଡର୍ସ ୨୦୨୩ ଏସିଆ ଆଣ୍ଡ ଜିସିସି ଆୱାର୍ଡସ୍ ସମ୍ମିଟ୍ର ଏକଦାଶ ସଂସ୍କରଣ’ର ଯୁଗ୍ମ କାର୍ଯ୍ୟକ୍ରମ ରହିଥିଲା । ଏହା ଏସିଆୱାନ୍ ମାଗାଜିନ୍ ଏବଂ ୟୁଡବ୍ଲୁଜି କନ୍ସଲଟିଂ ପିଏଲ୍ ଦ୍ୱାରା ଆୟୋଜିତ ହୋଇଥିଲା ।
ପୂର୍ବ ଭାରତୀୟ ବ୍ୟବସାୟ ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଶ୍ରୀ ମହିମାନନ୍ଦ ମିଶ୍ର ୧୯୫୩ ମେ ୭ ତାରିଖ ଅକ୍ଷୟ ତୃତୀୟା ତିଥିରେ ଓଡ଼ିଶାର କଟକ ସହରରେ ଜନ୍ମଗ୍ରହଣ କରିଥିଲେ, ଯେଉଁ ତିଥି ସାରା ଭାରତରେ ଏକ ପବିତ୍ର ଦିବସ ଭାବରେ ବିବେଚିତ ହେଉଛି ।
ଶ୍ରୀ ମିଶ୍ର ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ କଟକସ୍ଥିତ ସମ୍ମାନଜନକ ଏମ.ଏସ.ଲ’ କଲେଜରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ।
ତକ୍ରାଳୀନ ଷ୍ଟିଭେଡର୍ମାନଙ୍କୁ ଲୋକଶକ୍ତି ଯୋଗାଇଦେଇ ସେ ଯେତେବେଳେ ଲଜିଷ୍ଟିକ୍ସ କ୍ଷେତ୍ରରେ ତାଙ୍କର ବ୍ୟବସାୟ ଆରମ୍ଭ କଲେ ସେତେବେଳେ ଷ୍ଟିଭେଡରିଂ କ୍ଷେତ୍ରରେ ସମ୍ଭାବନା ରହିଥିବା ସେ ଲକ୍ଷ୍ୟ କରିଥିଲେ । ସେଥିପାଇଁ ସେ ୧୯୭୮ରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସଏଲ୍) ସ୍ଥାପନ କଲେ ଯାହା ବିଭିନ୍ନ ସାମୁଦ୍ରିକ ବନ୍ଦରରେ ୧ ନମ୍ବର ଷ୍ଟିଭେଡର ମାନ୍ୟତା ଲାଭକରି ଶୀର୍ଷସ୍ଥାନରେ ପହଞ୍ଚି ପାରିଥିଲା । ଏହି ବ୍ୟବସାୟରେ ଅଗ୍ରଣୀ ଭୂମିକା ନେଉଥିବାରୁ ୧୯୭୦ ଦଶକରେ ଶ୍ରୀ ମହିମାନନ୍ଦ ମିଶ୍ରଙ୍କ ଦ୍ୱାରା ଷ୍ଟିଭେଡିରଂ ପ୍ରକି୍ରୟାରେ ଆରମ୍ଭ କରାଯାଇଥିବା ପ୍ରୟାସଗୁଡିକ ଏବେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଜାରି ରହିଛି ଏବଂ ପରିବର୍ତ୍ତିତ ବ୍ୟବସାୟିକ ଦୃଶ୍ୟପଟ୍ଟର ମୁକାବିଲା କରି ଏହା ଆଗକୁ ବଢୁଛି ଏବଂ ତାହାର ଫଳସ୍ୱରୂପ ଏହା ସମସ୍ତ ସହଭାଗୀଙ୍କ ପାଇଁ ଫାଇଦାଜନକ ହେଉଛି ।
ତାଙ୍କର ଦୀର୍ଘ ପାଞ୍ଚଦଶନ୍ଧିରୁ ଊଦ୍ଧ୍ୱର୍ କାଳର ଯାତ୍ରା ଏବଂ ବ୍ୟବସାୟ କ୍ଷେତ୍ରରେ ସ୍ୱଭାବତଃ ତୀକ୍ଷ୍ଣ ବୁଦ୍ଧିମତ୍ତାର ଅଧିକାରୀ ହୋଇଥିବାରୁ ସେ ଏକ ଶୀର୍ଷସ୍ତରର ଷ୍ଟିଭେଡରିଂ ଉଦ୍ୟୋଗ ନିର୍ମାଣ ସହିତ ମାଇନିଂ, ହସ୍ପିଟାଲିଟି, ଅଟୋମୋବାଇଲ, ଏନର୍ଜି, ଟ୍ରେଡିଂ, ବନ୍ଦର ଓ ଟର୍ମିନାଲର ମାଲିକାନା ଓ ପରିଚାଳନା ଆଦି ବହୁବିଧ ବ୍ୟବସାୟପୁଞ୍ଜ ଗଢିତୋଳିଥିଲେ । ତାଙ୍କର ୩୬୦ ଡିଗ୍ରୀ ଦୂରଦୃଷ୍ଟି, ଜନସେବା କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣକୁ ଉଭୟ ସରକାରୀ ଏବଂ ଜନସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି ।