ବାସୁଦେବପୁର: ବାସୁଦେବପୁର ବ୍ଲକ ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମପଞ୍ଚାୟତ ଚିରଳ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସ୍କୁଲ ଆସିବାର ସମୟ ପରେ ଡେରିରେ ଆସିବାକୁ ନେଇ ମଙ୍ଗଳ ବାର ଦିନ ଗ୍ରାମ ବାସୀ ଶିକ୍ଷକଙ୍କୁ ବିରୋଧ କରିଥିଲେ।
ପରେ ବୁଧବାର ଦିନ ବାସୁଦେବପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଙ୍କୁ ଭେଟି ଶିକ୍ଷକଙ୍କ ବଦଳିପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗୋଷ୍ଠି ଶିକ୍ଷା ଅଧିକାରୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିବା କଥା ଗ୍ରାମ ବାସୀ କହିଛନ୍ତି । ଏ ବାବଦରେ ପ୍ରଧାନଶିକ୍ଷକ ଙ୍କ ମତା ମତ ହସ୍ତଗତ ହୋଇପାରିନାହିଁ।
Sign in
Sign in
Recover your password.
A password will be e-mailed to you.