ଗାଇସିଲେଟ /ମନ ଡ଼ନସନା : ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ; ସମ୍ମାନୀତ ଅତିଥି ନୀଳମଣି ବରିହା, କନ୍ଦାଗାଡ ଗ୍ରାମ ପଞ୍ଚାୟତର ସମିତି ସଭ୍ଯ ସରୋଜିନୀ ପଧାନ, ବିଦ୍ୟାଳୟ କମିଟିର ସଦସ୍ୟ ରୋହିତ ସା,ଦଶରଥ ,ବେହେରା। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ରୋହିତ ସା ସଭାପତିତ୍ୱ କରିଥିଲେ। ସଭାରେ ସମସ୍ତ ଙ୍କୁ ସ୍ବାଗତ୍ ଅଭିନନ୍ଦନ ଜଣାଇବା ସହିତ ଅତିଥି ପରିଚୟ ପ୍ରଦାନ ଓ ଲକ୍ଷ୍ଯ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ ଅଶେଷ କୁମାର ଦାଶ। କାର୍ୟ୍ଯକ୍ରମରେ ମୁଖ୍ଯ ଅତିଥି ପ୍ରଣୟ କୁମାର ସାହୁ ଜଙ୍ଗଲ ସୁରକ୍ଷା ଉପରେ ଶିଶୁ ମାନଙ୍କୁ ବାର୍ତ୍ତା ଦେଇଥିଲେ । ନୀଳମଣି ବରିହା ମଧ୍ଯ ଶିଶୁ ମାନଙ୍କୁ ଗଛ ଲଗାଇବା ପାଇଁ ଆହ୍ବାନ ଦେଇଥିଲେ ଓ ଶିଶୁଟିଏ ଗଛଟିଏ କହିଥିଲେ।ବିଦ୍ୟାଳୟ ପଡିଆରେ ଅତିଥି ମାନଙ୍କ ଦ୍ବାରା ବୁକ୍ଷ ରୋପଣ କରାଯାଇଥିଲା।
୧୦୦ ଟି ଗଛ ଲଗା ଯାଇଥିଲା ଓ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ୟ୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ୟ୍ଯକ୍ରମରେ ସରୋଜ ତ୍ରିବେଦୀ, ଇଶ୍ବର ଚନ୍ଦ୍ର ନାଏକ, ସୌଦାକର ବାରିକ, ପ୍ରଦିପ ଗଦତିଆ,ହିମାଂଶୁ ସାହୁ, ଶ୍ୟାମସୁନ୍ଦର ବେହେରା, ବୀରେନ୍ଦ୍ର କୁମାର ବରିହା, ବାବୁଲାଲ ପଧାନ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post