ଜିଲ୍ଲା ସ୍ବାସ୍ଥ୍ୟ ସମିତି ଜଗତସିଂହପୁର ଅନୁକୁଲ୍ୟରେ ବିଶ୍ଵ ଜନସଂଖ୍ୟା ଦିବସ

0

ଜଗତସିଂହପୁର,ତା-୧୧.୦୭.୨୦୨୩/ସୁମନ୍ତ କୁମାର ଦାସ:ମଙ୍ଗଳବାର ଜିଲ୍ଲା ସ୍ବାସ୍ଥ୍ୟ ସମିତି ଜଗତସିଂହପୁର ଅନୁକୁଲ୍ୟରେ ବିଶ୍ଵ ଜନସଂଖ୍ୟା ଦିବସ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୨୦୨୩-୨୪ ର ବିଶ୍ଵ ଜନସଂଖ୍ୟା ସ୍ଥିରତା ପକ୍ଷ ୧୧ ତାରିଖରୁ ଜୁଲାଇ ୨୪ ତାରିଖ ପାଇଁ ସ୍ଥାୟୀ ପଦ୍ଧତି ମହିଳା ବନ୍ଧ୍ୟାକରଣ ୭୧୧, କପଟି ୧୦୧୬, ପୁରୁଷ ବନ୍ଧ୍ୟାକରଣ ୬୭୭ ଏବଂ ଇଞ୍ଜେକ୍ସନ ମାଧ୍ୟମରେ ଅସ୍ଥାୟୀ ପଦ୍ଧତିର ଟାର୍ଗେଟ ୫୪୬ ରଖାଯାଇଛି । ଗତବର୍ଷ ୨୦୨୩-୨୪ ରେ ସ୍ଥାୟୀ ପଦ୍ଧତି ମହିଳା ବନ୍ଧ୍ୟାକରଣ ଏରସମା -୩୯୨ ରଘୁନାଥପୁର -୨୧୫ ଏବଂ କୁଜଙ୍ଗ -୩୪୧ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ସେମାନେ ମାନପତ୍ର ସହ ଟ୍ରଫି ଜିଲ୍ଲାସ୍ତରରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଠାରୁ ଗ୍ରହଣ କରିଛନ୍ତି | ସେହିପରି ପୁରୁଷ ବନ୍ଧ୍ୟାକରଣ ଏରସମା-୧୩ ,ଜଗତସିଂହପୁର -୭ କୁଜଙ୍ଗ -୫,କପରଟିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ସ୍ଥାନ – ୯୧୫ ,ଏରସମା -ଦ୍ୱିତୀୟ ସ୍ଥାନ -୬୫୫,ତୃତୀୟ ସ୍ଥାନରେ ତିର୍ତ୍ତୋଲ ବ୍ଳକ -୩୩୫ ଏବଂ ଇଞ୍ଜେକ୍ସନ ଅନ୍ତରା ଅସ୍ଥାୟୀ ପଦ୍ଧତିରେ ଏରସମା ବ୍ଲକ ପ୍ରଥମଇଞ୍ଜେକ୍ସନ ଅନ୍ତରା ଅସ୍ଥାୟୀ ପଦ୍ଧତିରେ ଏରସମା ବ୍ଲକ ପ୍ରଥମ -୫୪୪, ଦ୍ୱିତୀୟ ତିର୍ତ୍ତୋଲ ବ୍ଲକ -୩୭୧ଏବଂ ତୃତୀୟ କୁଜଙ୍ଗ ବ୍ଲକ -୨୪୪ ସମସ୍ତଙ୍କୁ ଜିଲ୍ଲାସ୍ତରରୁ ସମ୍ବଦ୍ଧିତ କରାଯାଇଛି । ସେହିପରି ଲାପ୍ରୋସ୍କୋପି ଅର୍ଥାତ ମହିଳା ବନ୍ଧ୍ୟାକରଣ ଅପରେସନ କରିଥିବାରୁ ଡାକ୍ତର ପ୍ରମୋଦ କୁମାର ନାୟକ ,ଡାକ୍ତର ସୁକାନ୍ତ କୁମାର ଦଳାଇ ଡାକ୍ତର ପ୍ରତାପ କେଶରୀ ଦାସଙ୍କୁ ସମ୍ବଦ୍ଧିତ କରାଯାଇଛି । ପୁରୁଷ ବନ୍ଧ୍ୟାକରଣରେ ଡାକ୍ତର ଜଗତ ମୋହନ ରଥଙ୍କୁ ଏବଂ ମିନିଲ୍ୟାପ ଅପରେସନରେ ଡାକ୍ତର ସୁରେଶ କୁମାର ଲେଙ୍କା, ଡାକ୍ତର ଦିଲ୍ଲୀପ ସାଗର, ଡାକ୍ତର ରାକେଶ ମହାନ୍ତି ଏବଂ ଡାକ୍ତର ଶୁଭଜ୍ୟୋତି ମହାନ୍ତି ପ୍ରମୁଖଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ବ୍ଲକସ୍ତରରୁ ସୁପରିଟେଣ୍ଡେଣ୍ଟ,ବି. ପି. ଏମ., ପି. ଏଚ. ଇ. ଓ. ଙ୍କ ସମେତ ଜିଲ୍ଲା ସ୍ତରରୁ ଡାକ୍ତର ପ୍ରମୋଦ କୁମାର ବାରିକ (ନୋଡାଲ ଅଫିସର ), ଡି.ପି.ଏମ . ଚକ୍ରଧର ଜେନା, ଡେପୁଟି ମ୍ୟାନେଜେର ସୁକାନ୍ତ କୁମାର ପ୍ରଧାନ, ଏ.ଡି.ପି.ଏଚ.ସି ଓ ସଚଳା ମହାନ୍ତି, ଡି. ଭି. ଏଲ. ଏମ. ପାର୍ଥସାରଥୀ କରଶର୍ମା, ଡି.ଡି.ଏମ. ଜ୍ୟୋତିରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.