ସୁନ୍ଦରଗଡ଼/ରାଉରକେଲା (ବସନ୍ତ କୁମାର ଜେନା): ଜିଲ୍ଲା ସ୍ୱାସ୍ଥ୍ୟ ସମିତି , ସୁନ୍ଦରଗଡ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା ପଦ ଯାତ୍ରା ସହର ପରିକ୍ରମା କରିଥିଲା । ଏଥିରେ ସଦର ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର -ସର୍ଗିପାଳି , ମଙ୍ଗସପୁର ଏବଂ ସବ୍ଡ଼େଗା ର ସଚେତନତା ରଥ ଜିଲ୍ଲା ସ୍ତରୀୟ ପଦ ଯାତ୍ରା ରେ ଯୋଗଦାନ କରିଥିଲେ । ସଚେତନତା ଯାତ୍ରା କୁ ଜିଲ୍ଲା ମୁଖ୍ୟ ଚିକିତ୍ସ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସରୋଜ କୁମାର ମିଶ୍ର ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଏଥିରେ ଏଏନଏମ , ଜିଏନଏମ ର ଛାତ୍ରୀ ଏବଂ ଆଶା କର୍ମୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆଗେଇ ନେଈଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ , ଙ୍କ ଅଧକ୍ଷ୍ୟାତରେ ଏକ ସଚେତନତା ସଭା ଆୟୋଜନ କର। ଯାଇଥିଲା । ଡା. ସରୋଜ କୁମାର ମିଶ୍ର ସଭାକୁ ଉଦ୍ବୋଧନ ଦେଇ ଜନ ସଂଖ୍ୟା ବୃଦ୍ଧି କୁ କିପରି ରୋକ ଯାଇପାରିବ ଓ ଦିବସ ପାଳନର , ଉଦ୍ଦେସ୍ୟ ବିଷୟ ରେ ଗୁରୁତ୍ଵାରୋପ କରି ପରିବାର କୁ ଗୋଟିଏ କିମ୍ବା ଦୁଇଟି ସନ୍ତାନ ରେ ସୀମିତ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଶକ୍ତି ପ୍ରକାଶ ପାଢୀ ଜନ ସଂଖ୍ୟା ବୃଦ୍ଧି ଓ ଏହାର ପ୍ରଭାବ ସମାଜ ରେ ହେଉଥିବା ବିଭିନ୍ନ ସମvସ୍ଯା ଉପରେ ଆଲୋକପାତ କରିଥିଲେ । ସରକାରଙ୍କ ଦ୍ଵାରା ମାଗଣାରେ ମିଳୁଥିବା ବିଭିନ୍ନ ପ୍ରକାର ପରିବାର ନିୟୋଜନ ସେବା ତଥା ଅନ୍ତରା, ଆଇଓସିଡ଼ି, ମହିଳା ଓ ପୁରୁଷ ବନ୍ଧ୍ୟ।କରଣ ପଦ୍ଧତି ଜନ ସାଧାରଣଙ୍କ ପାଖରେ ପହନ୍ଛାଇବା ଉପରେ ଆଲୋକ ପାତ କରିଥିଲେ । କାର୍ଯ୍ୟକ୍ରମ ରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଙ୍ଗ୍ଜ୍ଞ ଡା. ପୁଷ୍ପ ମିତ୍ର ଭିତ୍ରିଆ ଯୋଗ ଦେଇ ସ୍ଥାୟୀ ଓ ଅସ୍ଥାୟୀ ପରିବାର ନିଯୋଜନ ଏବଂ ପଦ୍ଧତି ଗ୍ରହଣ ପରେ ମିଳୁଥିବା ପ୍ରୋସହନ ରାଶି ଯଥା ପ୍ରସାବ ପରବର୍ତୀ ଆଇଓସିଡ଼ି ପାଇଁ ଟ . ୩୦୦ /- , ମହିଳା ବନ୍ଧ୍ୟ।କରଣ ପାଇଁ ଟ . ୧୪୦୦ /- , ପ୍ରସବ ପରବର୍ତ୍ତୀ ବନ୍ଧ୍ୟ।କରଣ ପାଇଁ ଟ . ୨୨୦୦ /- ଓ ପୁରୁଷ ବନ୍ଧ୍ୟ।କରଣ ପାଇଁ ଟ . ୨୦୦୦ /- ର ସୁବିଧା ମିଳୁଥିବା ବିଷୟ ରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ , ଡ।. କାହ୍ନୁ ଚରଣ ନାୟକ ସଭାରେ ଯୋଗ ଦେଇ ଜନ ସଂଖ୍ୟା ବୃଦ୍ଧି ଦ୍ଵାରା ହେଉଥିବା ବିଭିନ୍ନ ସମସ୍ୟା ଉପରେ ଉଦ୍ବୋଧନ ଦେଇଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଡ଼ିପିଏମ , ଶ୍ରୀ ଶଙ୍କର ଆଚାର୍ୟ ଉକ୍ତ ଦିବସ ରେ ଯୋଗ ଦେଇ ସମସ୍ତ ସ୍ୱାସ୍ଥ୍ୟ କର୍ମୀ , ଆଶା କର୍ମୀ ମାନଙ୍କୁ ଗୋଷ୍ଠୀ ସ୍ତରରେ ସମସ୍ତ ଜନ ସାଧାରଣ ମାନଙ୍କୁ ବ୍ୟାପକ ଭାବରେ ପରିବାର ନିଯୋଜନ ର ସୁବିଧା ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ I ଏହି କାର୍ଯକ୍ରମ ରେ ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ମହେନ୍ଦ୍ର ବାଘ ,ସହାୟକ ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ତିରମଣୀ ପ୍ରଧାନ ଓ ପରିସଂଖ୍ୟା ଅଧିକାରୀ ଶ୍ରୀ ଦୁଖୁ କିଶାନ,ଶ୍ରୀ ଅଞ୍ଜନ ପଟେଲ(ମାନସିକ ସ୍ୱାସ୍ଥ୍ୟ) ଏବଂ ଅନ୍ୟାନ୍ୟ କର୍ମକର୍ତା କାର୍ଯକ୍ରମ କୁ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.