ଅପରାଜିତାଙ୍କ କାର୍ଯ୍ୟ ପାଇଁ ଓଡିଶା ଲଜ୍ଜିତ: ବିଜେଡି

0
  •  ଅପରାଜିତାଙ୍କୁ ମୁହଁତୋଡ ଜବାବ ଦେଲା ବିଜେଡି

  •  ଉପସଭାପତିଙ୍କ ଜମି ଜବରଦଖଲ ନେଇ ସାଂସଦ ନିରବ

  •  ମହିଳାଙ୍କ ଉପରେ ଆକ୍ରମଣ ପ୍ରସଙ୍ଗରେ ଅପରାଜିତାଙ୍କ ପାଟି ଖୋଲୁନି

  •  ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ଚାହୁଁ ନାହାନ୍ତି ଖୋଦ୍‍ ସାଂସଦ

ଭୁବନେଶ୍ୱର:ଏକାମ୍ର କ୍ଷେତ୍ର ଐତିହ୍ୟ ବିକାଶ ପ୍ରକଳ୍ପ ଭଳି ଆପଣ ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଟକାଇବା ପାଇଁ ଯେଭଳି କାର୍ଯ୍ୟ କଲେ ଦେଖି ଅନେକ ଆଶ୍ଚର୍ଯ୍ୟ ହେଲେ । ସେଥିପାଇଁ ଆପଣ ଲଜ୍ଜା ଅନୁଭବ କଲେ ନାହଁକି ଓଡ଼ିଶାର ଲୋକମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ନାହଁ । ମହାପ୍ରଭୁଙ୍କ ଉପରେ ବିଶ୍ୱାସ କରୁଥିବା କୋଟିକୋଟି ଓଡିଶାବାସୀ ଏଥିପାଇଁ କିନ୍ତୁ ଲଜ୍ଜିତ ଅନୁଭବ କଲେ ବୋଲି ଏକ ଟୁଇଟରେ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।
ଶ୍ରୀମତୀ ମିଶ୍ର ଏକାଧିକ ଟୁଇଟ୍‍ ଜରିଆରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କଡା ଜବାବ ଦେଇ କହିଛନ୍ତି ଯେ ଯେତେବେଳେ ଆପଣଙ୍କ ଦଳର ଉପସଭାପତି ବୈଜୟନ୍ତ ପଣ୍ଡା ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ଗରିବ ନିରୀହ ଅନୁସୂଚିତ ଜାତିର ଲୋକଙ୍କ ଜମି ଜବରଦଖଲ କଲେ ଆପଣ ସେତେବେଳେ ମୁହଁ ଖୋଲିଲେ ନାହିଁ । ଏହାକୁ ଆୟକର ବିଭାଗ ଦ୍ୱାରା ବେନାମୀ କାରବାର ବୋଲି ମଧ୍ୟ କୁହାଯାଇଥିଲା । ଏହିପରି ଜମି ଦଖଲ ଏବଂ ଆପଣଙ୍କ ନୀରବତା ଯୋଗୁଁ ଓଡ଼ିଶା ଲଜ୍ଜିତ ଅନୁଭବ କଲା ।
ଯେତେବେଳେ ଆପଣଙ୍କ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ର ଏବଂ ଶ୍ରୀ ଇରାସିସ୍ ଆଚାର୍ଯ୍ୟ ମହିଳାଙ୍କୁ ଆକ୍ରମଣ କରି ସେମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଆପଣ ଲଜ୍ଜିତ ଅନୁଭବ କଲେନାହିଁ । କିନ୍ତୁ ଆମେ ଲଜ୍ଜିତ ଅନୁଭବ କଲୁ । ସେମାନଙ୍କ ଆଚରଣ ଏବଂ ଆପଣଙ୍କର ନୀରବତା କାରଣରୁ ଓଡ଼ିଶା ଲଜ୍ଜିତ ହେଲା ।
ସେତେବେଳେ ଲୋକମାନେ ଖୁସିହୁଅନ୍ତି ଯେତେବେଳେ ସେମାନଙ୍କର କାର୍ଯ୍ୟ ତୁରନ୍ତ କରାଯାଏ, ସେଭଳି କାର୍ଯ୍ୟକୁ ସମର୍ଥନ କରିବା ପରିବର୍ତ୍ତେ, ଆପଣ ଈର୍ଷାପରାୟଣ ହୋଇ ଏହାକୁ ବିରୋଧ କରୁଛନ୍ତି । ଯଦି ଆପଣ ଏତେ ଲଜ୍ଜିତ ତେବେଲୋକମାନଙ୍କ ପାଖକୁ ଯାଆନ୍ତୁ ଏବଂ ଈର୍ଷାନ୍ୱିତ ହେବା ପରିବର୍ତ୍ତେ ସେମାନଙ୍କ ପାଇଁ ଅଧିକ କାମକରନ୍ତୁ । ଯେତେବେଳେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ଦୁଆର ମୁହଁରେ ଶାସନକୁ ପହଞ୍ଚାଉଛନ୍ତି, ସେତେବେଳେ ଆପଣ ଅସନ୍ତୁଷ୍ଟ ହେଉଛନ୍ତି । ଏହାର କାରଣ ହେଉଛି ଯେ ଆପଣ ଭାବିପାରୁ ନାହାନ୍ତି ଯେ ଶାସନ ଏତେ ପରିବର୍ତ୍ତନଶୀଳ ଏବଂ ଲୋକାଭିମୁଖୀ ହୋଇପାରେ । ଆପଣ ଚାହୁଁଛନ୍ତି ଆପଣଙ୍କ ମନ୍ଦିର, ପୂଜାସ୍ଥଳୀ, କଲେଜ ଏବଂ ହାଇସ୍କୁଲଗୁଡିକ ପୂର୍ବଭଳି ଅବସ୍ଥାରେ ରହିଥାଉ ।
ଯଦି ଆପଣ ପ୍ରକୃତରେ ଲଜ୍ଜିତ ଅନୁଭବ କରୁଛନ୍ତି ତେବେ ସରକାରଙ୍କୁ ଲିଖିତ ଆକାରରେ ଦିଅନ୍ତୁ ଯେ ଆପଣ ନିଜ ନିର୍ବାଚନମଣ୍ଡଳୀରେ କଲେଜ ଏବଂ ବିଦ୍ୟାଳୟଗୁଡ଼ିକର ପରିବର୍ତ୍ତନ ଚାହୁଁ ନାହାଁନ୍ତି । ଯଦି ଆପଣଙ୍କର ସତ୍‍ସାହସ ଅଛି ତେବେ ତାହା କରନ୍ତୁ ଏବଂ ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ଲୋକଙ୍କୁ କୁହନ୍ତୁ ଯେ ମୁଁ ଆପଣମାନଙ୍କର ମଙ୍ଗଳ ପାଇଁ ଏହା ସବୁ କରିଛି । ମୁଁ ଆପଣଙ୍କ ଉତ୍ତରକୁ ଅପେକ୍ଷା କରିଛି । ଏହା ଆପଣଙ୍କ ପାଇଁ ଏକ ଖୋଲା ଆହ୍ୱାନ ବୋଲି ଶ୍ରୀମତୀ ମିଶ୍ର ତାଙ୍କ ଟୁଇଟରେ କହିଛନ୍ତି ।

Leave A Reply

Your email address will not be published.