ଜଗତସିଂହପୁର,ତା-୦୭.୦୭.୨୦୨୩/ସୁମନ୍ତ କୁମାର ଦାସ: ଆଜି ଜଗତସିଂପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଆନୁକୁଲ୍ୟରେ ନାଲିବର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ ହେବା ସହ ବୃକ୍ଷ ରୋପଣ କରାଯାଇଛି । ଆଇନ ସେବା ପ୍ରାଧିକରଣର ଅଧ୍ଯକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ମୋନାଲିସା ମହାନ୍ତି, ପ୍ରାଧ୍ଵକରଣର ସଚିବ ଶ୍ରୀମତୀ ସୁନନ୍ଦା ପାଢୀ, ସବ ଜଜ ଶ୍ରୀମତୀ ସୁଦିପ୍ତା ଦେହୁରି, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ଶ୍ରୀମତୀ ରଶ୍ମିତା ସାହୁ, ମହିଳା ଅଦାଲତ ଜଜ ଶ୍ରୀମତୀ ସ୍ବପ୍ତାଶ୍ରୀ ନାୟକ, ମୁନଶିଫ ଅନନ୍ୟା ଦାସ, ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜନାପ୍ରଭା ରାଉତରାୟ, ଫରେଷ୍ଟର ବାମନ ଚରଣ ରାଉତ, ଜଗତସିଂପୁର ଓକିଲ ସଂଘ ସମ୍ପାଦକ ଶ୍ରୀ ନରେଶ ଦାସ, ବରିଷ୍ଠ ଆଇନଜୀବି ଶ୍ରୀ ଶରତ ଚନ୍ଦ୍ର ସାହୁ, ସହକାରୀ ଶିକ୍ଷକ ଶ୍ରୀ ଦୃଶିଙ୍ଘ ଚରଣ ସାହୁ, ପାରା ଲିଗାଲ୍ ସ୍ବେଛାସେବୀ କ୍ଷୀରୋଦ କୁମାର ଦାଶ, ସତ୍ୟବ୍ରତ ତ୍ରିପାଠୀ, ତପନ ସ୍ବାଇଁ, ମନୋଜ କୁମାର ସ୍ବାଇଁ ଓ ଶୁଭଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ | ଜିଲ୍ଲା ଜଜ ଶ୍ରୀ ଚନ୍ଦନ ବନ ମହୋତ୍ସବ ସପ୍ତାହର ଉଦେଶ୍ୟ, ଆଭିମୁକ୍ଷ, ପରିବେଶ ସନ୍ତୁଳନରେ ବୃକ୍ଷର ଭୂମିକା, ପରିବେଶର ଉପକାରିତା, ସବୁଜ କୋଠରି ଗ୍ୟାସ୍, ଅମ୍ଳଜାନ ଓ ଅଙ୍ଗାରକାମ୍ଳ ର ବ୍ୟବହାର ଇତ୍ୟାଦି ବିଷୟରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ କେତେକ ବୃକ୍ଷକୁ ପୋଷ୍ୟ ବୃକ୍ଷ ଭାବେ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଇଥିଲେ ।
Sign in
Sign in
Recover your password.
A password will be e-mailed to you.