ମୟୂରଭଞ୍ଜ ଜିଲାସ୍ତରୀୟ ଯୁବ ଉତ୍ସବ ଏବଂ ମନୋନୟନ ନଭେମ୍ବର ୨୫ରୁ ଆରମ୍ଭ

0

 

ବାରିପଦା-ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ଯୁବ ଉତ୍ସବ ନିମନ୍ତେ ଜିଲାସ୍ତରୀୟ ଯୁବ ଉତ୍ସବ ଓ ମନୋନୟନ ପ୍ରକ୍ରିୟା ଚଳିତ ନଭେମ୍ବର ୨୫ ଓ ୨୬ ଦୁଇ ଦିନ ଧରି ବାରିପଦା ଇନ୍ଡୋର ଷ୍ଟାଡ଼ିଅମ୍ ହଲ ପରିସରରେ ଆୟୋଜିତ ହେବ । ଏହି ପରିପ୍ରେକ୍ଷୀରେ ଲୋକନୃତ୍ୟ(ଦଳଗତ), ଲୋକ ସଙ୍ଗୀତ(ଦଳଗତ), ମୃଦଙ୍ଗ, ହାରମୋନିୟମ, ତବଲା. ଗିଟାର, ସିତାର, ଓଡ଼ଶୀ, ଏକାଙ୍କିକା(ହିନ୍ଦୀ ଓ ଇଂରାଜୀ) ଓ ବକ୍ତୃତା(ହିନ୍ଦୀ ଓ ଇଂରାଜୀ) ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଜିଲାସ୍ତରୀୟ ଯୁବ ଉତ୍ସବର ଆୟୋଜନ ମାଧ୍ୟମରେ କରାଯାଇ ଶ୍ରେଷ୍ଠ  ଦଳଗତ ଓ ବ୍ୟକ୍ତିଗତ ପ୍ରତିଯୋଗିମାନଙ୍କୁ ରାଜ୍ୟ ଯୁବ ଉତ୍ସବରେ ଅଂଶ ଗ୍ରହଣ କରିବା ପାଇଁ ଚୟନ କରାଯିବ ।  ଏଣୁ ଯେଉଁ ଯୁବକ, ଯୁବତୀ, ନୃତ୍ୟ ଦଳ ଉପରୋକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରଦର୍ଶିତା ରହିଥିବ ଏବଂ ସେମାନଙ୍କ ବୟସ ସୀମା ୧୩ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବ ସେମାନେ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ଆଗ୍ରହୀ ରହିଥିଲେ ନିଜ ନିଜ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ପୌରାଞ୍ଚଳ, ବିଜ୍ଞାପିତ କ୍ଷେତ୍ର ପରିଷଦ(ଏନଏସି)ର ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ୨୦/୧୧/୨୦୧୭ ମଧ୍ୟରେ ନିଜର ନାମକୁ ପଞ୍ଜିକରଣ କରାଇ ନେବା ପାଇଁ ଅନୁରୋଧ କରାଯାଇଛି । ସେହିପରି ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ସମ୍ବନ୍ଧୀୟ ସବିଶେଷ ବିବରଣୀ ଜିଲା କ୍ରୀଡ଼ା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହୋଇପାରିବ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.