୫୮ତମ ଆନ୍ତଃ ଜିଲା ସାହାଣୀ କପ ଫୁଟବଲ
ବଲାଙ୍ଗିର, ବଲାଙ୍ଗିର ଜିଲା କ୍ରୀଡା ସଂସଦ ଏବଂ ଫାଓ ଓଡିଶା ପକ୍ଷରୁ ଆୟୋଜିତ ୫୮ତମ ଆନ୍ତଃ ଜିଲା ସାହାଣୀ କପ୍ ଫୁଟବଲ ପ୍ରତିଯୋଗିତା ତୃତୀୟଦିନରେ ବଲାଙ୍ଗିର, ପାରାଦୀପ, ଢେ଼ଙ୍କାନାଲ ଓ ଭୁବନେଶ୍ୱର ଦଳ ବିଜୟୀ ହୋଇଛନ୍ତି ।
ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ତତ୍ୱାବଧାନରେ ଅନୁÂିତ ଖେଳରେ ବଲାଙ୍ଗିର ବନାମ ଯାଜପୁର ଖେଳ ନିର୍ଦ୍ଧାରୀତ ସମୟ ମଧ୍ୟରେ ଡ୍ର ରହିଥିଲା । ଟ୍ରାଇବ୍ରେକର (ସଡନ୍ଡେଥ୍) ୫-୪ ଗୋଲରେ ବଲାଙ୍ଗିର ବିଜୟୀ ହୋଇଛି । ଖେଳକୁ ଜ୍ୟୋତି ରଂଜନ ସ୍ୱାଇଁ, ନିତ୍ୟାନନ୍ଦ ମେହେର, ସୁରେଶ କୁମାର ଦାସ, ଖଲିଉର ରହମାନ ଓ ଶରତ ନନ୍ଦ ପରି·ଳନା କରିଥିଲେ । ଅତିଥି ଭାବରେ ବଲାଙ୍ଗିର ଏସଡିପିଓ ନାରାୟଣ ନାଏକ ଯୋଗଦେଇ ଖେଳାଳୀ ମାନଙ୍କୁ ଉସôାହିତ କରିଥିଲେ । ହେମନ୍ତ ବେହେରା ଉଦ୍ଘୋଷକ ଦାୟୀତ୍ୱ ତୁଲାଇଥିଲେ ।
ସେହିପରି ଟିଟିଲାଗଡ ହାଇସ୍କୁଲ ପଡିଆରେ ଅନୁÂିତ ଖେଳରେ ପାରାଦୀପ ୫-୦ ଗୋଲରେ ଝାରସୁଗୁଡାକୁ ହରାଇ ବିଜୟୀ ହୋଇଛି । ବିଜୟୀ ଦଳ ତରଫରୁ ଚନ୍ଦ୍ର ଶେଖର ବେହେରା ୨ଟି, ବାଦଲ ଭୋଇ, ବୁବୁନ ନାସ୍କର ଓ ବିକି ସେଠୀ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଅତିଥି ଭାବେ ଟିଟିଲାଗଡ ଏସଡିପିଓ ପ୍ରକାଶ କୁମାର ମହାପାତ୍ର, ତହସିଲଦାର ସୁମନ ଡୁଙ୍ଗଡୁଙ୍ଗ ଓ କ୍ରୀଡାସଂଗଠକ ସନତ ପାଢ଼ୀ ଯୋଗଦେଇଥିଲେ । ଖେଳକୁ ଶ୍ରୀକାନ୍ତ ବହିଦାର, ରାଜେନ୍ଦ୍ର ମହାନ୍ତି, ତରୁଣ କୁମାର ପ୍ରଧାନ ଓ ପ୍ରସାନ୍ତ କୁମାର ପାଲ, ପରିଚାଳନା କରିଥିବା ବେଳେ ସଞ୍ଜୟ କୁମାର ଜେନା ମ୍ୟାଚ୍ କମିଶନର ଦାୟିତ୍ୱ ତୁଲାଇଥିଲେ ।
ସାଇଟ ଷ୍ଟାଡିୟମ ସଦାଇପାଲିଠାରେ ଅନୁÂିତ ଖେଳରେ ଢେ଼ଙ୍କାନାଲ ୧-୦ ଗୋଲରେ ସୁ୍ନ୍ଦରଗଡକୁ ହରାଇ ବିଜୟୀ ହୋଇଛି । ବିଜୟୀ ଦଳ ତରଫରୁ ସାଶ୍ୱତ ସ୍ୱାଇଁ ଖେଳର ୧୩ମିନିଟରେ ଗୋଟିଏ ଗୋଲ ଦେଇଥିଲେ । ଅତିଥି ଭାବରେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର ଓ ପୁର୍ବତନ ଖେଳାଳୀ କପିଲେଶ୍ୱର ପାଣିଗ୍ରାହୀ ଯୋଗଦେଇଥିଲେ । କାର୍ତ୍ତିକେଶ୍ୱର ଦାସ, ପିଏସ୍କେ ବର୍ମା, ରତ୍ନାକର ବାରିକ, ପଞ୍ଚାନନ ପାତ୍ର ଓ ଦେବାଶିଷ ବାଗ ଖେଳ ପରିଚାଳନା କରିଥିବା ବେଲେ ନରେନ୍ଦ୍ର କୁମାର ସାହୁ ଖେଳାଳୀ ଚୟନ ଦାୟୀତ୍ୱରେ ଥିଲେ ।
ଲୋଇସିଂହା ଷ୍ଟାଡିୟମ ଠାରେ ଅନୁÂିତ ଖେଳରେ ଭୁବନେଶ୍ୱର ୧-୦ ଗୋଲରେ ଭଦ୍ରକକୁ ହରାଇ ବିଜୟୀ ହୋଲା । ବିଜୟୀ ଦଳ ତରଫରୁ ଆଲୋକ ଦେହୁରୀ ୬୩ ମିନିଟରେ ଗୋଟିଏ ଗୋଲ ଦେଇଥିଲେ । ନବୀନ ନାଏକ, ସୁଦୟ ବାରିକ, ଦିଲୀପ ରାଉତ ଓ ଦେବରାଜ ନାହାକ ଖେଳ ପରିଚାଳନା କରିଥିଲେ । ସୁଜିତ ପାତ୍ର ମ୍ୟାଚ କମିସନର ଦାୟୀତ୍ୱ ତୁଲାଇଥିଲେ । ଅତିଥି ଭାବେ ନବୀନ ନାଏକ ଲୋଇସିଂହା ବ୍ଳକ ଭାଇସଚ୍ୟାରମେନ ଯତିନ ପଟେଲ, ସରପଂଚ ସୁନିଲ ଅଗ୍ରୱାଲ ଓ ସମିତି ସଭ୍ୟ ନନ୍ଦକିଶେର ଭୋଇ ଯୋଗଦେଇଥିଲେ ।