ଡ଼ିସେମ୍ବର ୬ରୁ ବାରିପଦା ଦ୍ୱିତୀୟ ମୟୂରଭଞ୍ଜ ମହୋତ୍ସବ ଆରମ୍ଭ ହେବ- ରାଜ୍ୟ By SPNEWS On Nov 12, 2017 0 Share ବାରିପଦା- ମୟୂରଭଞ୍ଜ ଏକ କଳା, ସଂସ୍କୃତି ଓ ସ୍ଥାପତ୍ୟର ଜିଲା । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାମାନଙ୍କ ଶାସନ ଅମଳରେ ରାଜ୍ୟରେ କଳା, ସ୍ଥାପତ୍ୟ ଓ ସସ୍କୃତି କ୍ଷେତ୍ରରେ ସୁର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା । ଗଡ଼ଜାତ ରାଜ୍ୟର ବିଲୟ ହେବା ପରେ ମୟୂରଭଞ୍ଜ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ଓ ସ୍ୱତନ୍ତ୍ର ଜିଲା ଭାବେ ଶାସିତ ହେବାର ପରବର୍ତ୍ତି ସମୟରୁ ଜିଲାରେ କଳା ଓ ସସ୍କୃତି ଆସ୍ତେ ଆସ୍ତେ ଅବକ୍ଷୟ ହେବାରେ ଲାଗିଲା । କେତେକ ଲୋକ ଗୀତ ଓ ସଙ୍ଗୀତ ଲୋପ ପାଇ ସାରିଥିବା ବେଳେ କିଛି ଲୁପ୍ତ ହେବା ଅପେକ୍ଷାରେ ରହିଛି । ତଣେୁ ମୟୂରଭଞ୍ଜ ଜିଲାର କଳା, ସସ୍କୃତି ଓ ସ୍ଥାପତ୍ୟକୁ ଅଧିକ ଲୋକପ୍ରିୟ କରାଇବା , ଲୁପ୍ତ ଓ ଲୋପ ପାଇବାକୁ ଯାଉଥିବା କଳା ଓ ସଂସ୍କୃତିର ପୁନଃଉତ୍ଥାନ ନିମନ୍ତେ ୨୦୧୬ରେ ପ୍ରଥମ ଥର ନିମନ୍ତେ ସଦର ମହକୁମା ବାରିପଦାଠାରେ ଆୟୋଜିତ ହୋଇଥିଲା ମୟୂରଭଞ୍ଜ ମହୋତ୍ସବ । ଚଳିତ ବର୍ଷ ଏହି ଉତ୍ସବ ଡ଼ିସେମ୍ବର ୬ରୁ ଆରମ୍ଭ ହୋଇ ୯ ପର୍ଯ୍ୟନ୍ତ ୪ ଦିନ ଧରି ସ୍ଥାନୀୟ ଛଉପଡ଼ିଆରେ ଅନୁଷ୍ଠିତହେବ । ଏହି ପରିପ୍ରେକ୍ଷିରେ ମହୋତ୍ସବର ସଭାପତି ଚଳଚିତ୍ର ତାରକା ଅସିତ୍ ପତିଙ୍କ ଅଧ୍ୟକ୍ଷତାରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ସମସ୍ତ ସମ୍ପ୍ରଦାୟର ସଂସ୍କୃତିକୁ ଏକତ୍ରିତ କରାଇ ଗୋଟାଏ ମଞ୍ଚରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଇବା ହେଉଛି ମହୋତ୍ସବର ମୂଳ ଲକ୍ଷ ଓ ଉଦେ୍ଧଶ୍ୟ । ୪ ଦିନ ଧରି ଆୟୋଜିତ ହେବାକୁ ଯାଉଥିବା କାର୍ଯ୍ୟକ୍ରମରେ ଜିଲାର ମଞ୍ଚ ଯାତ୍ରା, ଚଳଚିତ୍ର ଜଗତର ବିଭିନ୍ନ କଳାକାରମାନଙ୍କ ସହିତ ଅଜିତ ଦାସ, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ବାବୁସାନ୍, ପପୁ ପମ୍ପମ୍, ସଲିଲ୍ ମିତ୍ର, ସ୍ୱରାଜ ବାରିକ ପ୍ରମୁଖଙ୍କ ସମେତ ବିଭିନ୍ନ କଳାକାର, ରାଜନେତା, ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଯୋଗ ଦେବେ । ମହୋତ୍ସବରେ ଜିଲାର କଳା, ସଂସ୍କୃତି ଓ ସ୍ଥାପତ୍ୟ ସହିତ ପାରମ୍ପରିକ ଖାଦ୍ୟପେୟର ମଜା ଉଠାଇବାର ବ୍ୟବସ୍ଥା ରହିବ । ଡ଼ିସେମ୍ବର ୬ ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ବଡ଼ଜଗନ୍ନାଥ ମନ୍ଦିର ନିକଟରୁ ବିଭିନ୍ନ ସାସ୍କୃତିକ ଅନୁଷ୍ଠାନ ମାନଙ୍କୁ ନେଇ ଏକ ରୋଡ଼ ସୋ(କାରନିାଲ) ମୟୂରଞ୍ଜ ରାଜମାତାଙ୍କ ଦ୍ୱାରା ଉଦାଟିତ ହୋଇ ସହର ପରିକମା କରି ଛଉପଡ଼ିଆରେ ସମାପ୍ତ ହେବ । ତେଣୁ ଉକ୍ତ ମୟୂରଭଞ୍ଜ ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରାବା ନିମନ୍ତେ ଜିଲାବାସୀଙ୍କୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ଉମେଶ ଚନ୍ଦ୍ର ପଟ୍ଟନାୟକ, ସଞ୍ଜୀବ କୁମାର ଦ୍ୱିବେଦୀ, ଦିପାୟନ ସେନ, କଳିଙ୍ଗ କେଶରୀ ଜେନା, ରଞ୍ଜନ କୁମାର ଗିରି, ଲଡ଼ୁକେଶ୍ୱର ରଣା, ସୁତନୁ ରୁପ, ସତ୍ୟନାରାୟଣ ଦାଶ, ସୁଶାନ୍ତ ଆଚାର୍ଯ୍ୟ, ତାପସ ପାଢ଼ୀ, ଅସିତ କୁମାର ଗିରି, ଅଙ୍କୁର ଖୁରାନା, ପିଣ୍ଟୁ ମାଇତି, ବଳରାମ ରଣା, ଧନଞ୍ଜୟ ସାହୁ, ଅଭିଶେକ ବେହେରା, ଜୟେଶ ପାତ୍ର, ସୁଶାନ୍ତ ଦାସ, ରାଜୀବ ଜେନା, ସତ୍ୟଜିତ ସୋମ, ବିମଳେନ୍ଦୁ ମାଲାକାର ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ । 0 Share FacebookTwitterGoogle+ReddItWhatsAppPinterestEmail