ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ମହୋସ୍ଛବରେ ମୁଖ୍ଯ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ସମ୍ମାନୀତ ଅତିଥି ଭାବରେ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତର ସମିତି ସଭ୍ଯ ରତନ ବରିହା, ଗାଇସିଲାଟ ବନ ବିଭାଗ କର୍ମଚାରୀ ଶାନ୍ତନୁ ସାହୁ, ବ୍ଲକର କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ମେହେର, ବିଦ୍ୟାଳୟର ପରିଚାଳନାର ସଦସ୍ଯ ନିରାକାର ସା, ନିମାଇଁ ସିଂହ ବରିହା ଯୋଗଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଡନସନା ସଭାପତିତ୍ୱ କରିଥିଲେ। ସଭାର ପ୍ରାରମ୍ଭରେ ଶ୍ରୀଯୁକ୍ତ ହେମନ୍ତ କୁମାର ବାରିକ ସମସ୍ତ ଅତିଥି ମାନଙ୍କୁ ସ୍ବାଗତ ଅଭିନନ୍ଦନ ଜଣାଇବାର ସହିତ ଅତିଥି ପରିଚୟ ପ୍ରଦାନ ଲକ୍ଷ୍ଯ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଉକ୍ତ କାର୍ୟ୍ଯକ୍ରମରେ ମୁଖ୍ଯ ଅତିଥି ପ୍ରଣୟ କୁମାର ସାହୁ ଜଙ୍ଗଲ ସୁରକ୍ଷା ବୁଷୟରେ ବୁଝାଇଥିଲେ। ଶିଶୁ ଟିଏକୁ ଗଛ ଟିଏ ବାର୍ତ୍ତା ଦେଇଥିଲେ। ବିଦ୍ୟାଳୟ ପରିସରରେ ଗଛ ଲଗାଇବା ସହିତ ନିଜ ଘର ପାଖରେ ଗଛ ଲଗାଇବା ପାଇଁ ଆହ୍ବାନ ଦେଇଥିଲେ।ଯେଉଁ ଛାତ୍ରଛାତ୍ରୀ ମାନେ ଲଗାଇ ଥିବା ଗଛକୁ ଠିକ୍ ଭାବରେ ଯତ୍ନ ନେଲେ ଆସନ୍ତା ୨୦୨୪ ମହୋସ୍ଛବରେ ତାକୁ ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି। ୨୦୨୨ ମସିହାରେ ଏହି ବିଦ୍ୟାଳୟ କୁ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ପ୍ରକୁତି ମିତ୍ର ପୁରସ୍କାର ମଧ୍ଯ ମିଲିଛି। ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ବାରା ଗଛ ଲଗା ଯାଇଥିଲା। ଏଥିରେ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ ମାନେ ଗାଁ ପରିକ୍ରମା କରିଥିଲେ ଓ ସ୍ଲୋଗାନ ଦେଇଥିଲେ। ଉକ୍ତ କାର୍ୟ୍ଯକ୍ରମରେ ବିଦ୍ୟାଳୟର ଶିକ୍ଷକ ମାନେ , ଶ୍ରୀଯୁକ୍ତ କୁଷ୍ଣଚନ୍ଦ୍ର ସାହୁ, ଘନଶ୍ୟାମ ଥନାପତି,ସହଦେବ ସାହୁ, ଭାଗ୍ୟବାନ ସା, ଉଦେ ସାହୁ , ସୁବାସ ବରିହା , ଅର୍ଜୁନ ସାହୁ ଶେଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଛେଲିଆ ପୋଢ ଧନ୍ଯବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.