ନବରଙ୍ଗପୁର/ ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାର ଟିର୍ଲି ଅମ୍ବା ଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଅଛି। ପ୍ରଥମ ଜୁଲାଇ ରୁ ଆରମ୍ଭ କରି ସାତଦିନ ବ୍ୟାପୀ ବନ ମହୋତ୍ସବ ସପ୍ତାହ ସାରା ଭାରତ ରେ ପାଳନ କରା ଯାଇଥାଏ।ଏହି ପରିପ୍ରେକ୍ଷୀରେ ରେ ଜନ ସଚେତନତା ସୃଷ୍ଟି କରିବା ଓ ଅଧିକରୁ ଅଧିକ ଚାରା ରୋପଣ କରି ପୃଥିବୀ ପୃଷ୍ଠକୁ ସବୁଜମୟ କରିବା ପାଇଁ ନିଜର ଯୋଗଦାନ ଦେବାକୁ ସମସ୍ତେ ଚେଷ୍ଟା କରିବାକୁ ଆହ୍ଵାନ ଦିଆଯାଇଥିଲା। ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରା ଙ୍କ ମାର୍ଗ ଦର୍ଶନ ରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ସ୍ବେଚ୍ଛାସେବୀ ମାନେ ପଞ୍ଚସ୍ତରୀ ରୁ ଅଧିକ ବିଭିନ୍ନ ଚାରା ମହାବିଦ୍ୟାଳୟ ପ୍ରାଙ୍ଗଣରେ ରୋପଣ କରି ଏହାର ଦେଖା ରେଖା କରିବାକୁ ଦୃଢ ସଂକଳ୍ପ ନେଇ ଥିଲେ।
ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଉପସ୍ଥିତ ରହି ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ।ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରେ ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ସମସ୍ତ ସ୍ଵେଚ୍ଛାସେବୀ ଙ୍କୁ ଏକ ମହତ୍ କାର୍ଯ୍ୟ ସମ୍ପାଦନ କରିଥିବାରୁ ଧନ୍ୟବାଦ୍ ଦେବା ସଙ୍ଗେ ସଙ୍ଗେ ଆଗକୁ ଆହୁରି ଗଛ ଲଗାଇବାକୁ ଆହ୍ଵାନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର ଡ ଅରବିନ୍ଦ କୁମାର ଓଝା, ଡ ପୁରବୀ କର, ଡ ନୀଳକଣ୍ଠ ତ୍ରିପାଠୀ,ସୋନୁ ସାହୁ, ଶ୍ରବଣ କୁମାର ପୁଝାରୀ, ପଲ୍ଲବୀ ସାହୁ,ବିକ୍ରମ ଭକ୍ତ, ଜି ଭି ଭି ରଞ୍ଜିତା, ମୋନାଲିସା ନାଗ,ଅକ୍ଷୟ ଭକ୍ତ ଆଦି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.