ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚକର ବିଶିଷ୍ଟ ବ୍ୟକ୍ତି,ପୂର୍ବତନ ମନ୍ତ୍ରୀ,ସୁରେନ୍ଦ୍ର ନାଥ ନାୟକ,କାକଟପୁର ର ସ୍ୱର୍ଗତ ବିଧାୟକ ବୈକୁଣ୍ଠ ନାଥ ସ୍ବାଇଁ , କାକଟପୁର ର ପୂର୍ବତନ ବିଧାୟକ, ସ୍ୱୋର୍ଗତ ବୃନ୍ଦାବନ ପାତ୍ର ,ଅସ୍ତରଙ୍ଗ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ,ରାମଚନ୍ଦ୍ର ପ୍ରଧାନ ଙ୍କ ବାଲ୍ୟ ବନ୍ଧୁ, ତଥା ପାଟଳଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପିର ଜାହାନିଆ ଙ୍କ ୯ ସହ ୯ବାଟି ୯ଏକର ସମ୍ପତ୍ତିର ମାର୍ଫତ ଦାର , ଶତାୟୁ ପୁରୁଷ ଜମିଦାର, ଫର୍କୁନ ଆଲିସାହା ଙ୍କ ଗୁରୁବାର ଦିନ ମୃତ୍ୟୁ ଘଟି ଥିବାର ଜଣା ପଡି ଅଛି । ଶ୍ରୀ ଅଲିସାହା ,୧୯୨୩,ମସିହା ନଭେମ୍ବର ୨୧ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ମାଟ୍ରିକ ପାଠ ପଢି ଥିଲେ ମଧ୍ୟ,ସାଙ୍ଗ ସୁରେନ୍ଦ୍ର ନାଥ ନାୟକ,ଓ ପୂର୍ବତନ ବିଧାୟକ ସ୍ବାଇଁ ,ଅନ୍ୟତମ ଜମିଦାର କଣମଣ ଗ୍ରାମର ସୋର୍ଗତ ପଦ୍ମ ଚରଣ ନାୟକ ଙ୍କ ସହ ମିଶି ରାଜନୀତିରେ ପ୍ରବେଶ କରି ଥିଲେ ବି,ତାଙ୍କର ବିଶେଷ ଲୋକ ପ୍ରିୟତା ଥିବାରୁ ରାଜ ନୀତି ଛାଡ଼ି,ଲୋକ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଅମାପ ଧନ ସଂପତ୍ତି ଥିଲେ,ମଧ୍ୟ,ସେ କେବେ ନିଜକୁ ଗର୍ବ ଅନୁଭବ କରି ନ ଥିଲା ବେଳେ,ଯାହାକୁ ଯେପରି ଭାବରେ ଯାହା ଦେଇ ଥାଆନ୍ତି କେବେ କାହାକୁ ମାଗିବା,କି କିଏ ଆଣି ଫେରାଇ ଦେଲେ ନିଜେ ଗ୍ରହଣ କରିବା, ସେ ତାଙ୍କ ଜାତକରେ ନ ଥିଲା । ଜମିଦାର,ମଗବୁଲ ହୋସେନ୍ ଓ ମାତା ନଜିରନ୍ ନିଶା ବିବି ଙ୍କ କୋଳରୁ ଜନ୍ମିତ ଶ୍ରୀ ଅଲିଶାହା,ପିର ଠାକୁର୍ ଙ୍କ ର ମୁଖ୍ୟ ପୂଜକ ଥିବାରୁ, ଜମିଦାରୀ ପ୍ରଥା ଅନୁଯାୟୀ , ହିନ୍ଦୁ ଧର୍ମର ତାଙ୍କ ଅଞ୍ଚକରେ ଯେତେ ପୂଜା ପୂଜି ହୁଏ,ତାଙ୍କର ଆଗ ଭୋଗ ଦେବାର ପରମ୍ପରା ରହି ଅଛି । ପାଞ୍ଚ ଝିଅ ଗୋଟିଏ ପୁଅ ଭିତରୁ,ଚାରି ଜ୍ୟାଇଁ ରାଜ୍ୟ ସରକାର ଙ୍କର ଉଚ୍ଚ ପଦବୀରେ ରହି ଅବସର ନେଇଥିବା ବେଳେ, ସାନଜ୍ୱାଇଁ ଜଗତସିଂହପୁର ର ଜଣେ ସୁନାମ ଧନ୍ୟ ଡକ୍ଟର ଭାବେ ଜଣାଶୁଣା ରହି ଅଛି ।,ଏକମାତ୍ର ପୁଅ ସାଦିକ ଆଲି ଶାହା,ଋଷିଆରୁ ଡାକ୍ତରୀ ପାଠ ସାରି,ନିଜେ କାକଟପୁର ଠାରେ ଏକ କ୍ଲିନୀଙ୍ଗି କରି ଜନ ସେବାରେ ବ୍ରତୀ ଥିବାର ଜଣା ପଡି ଅଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ସର୍ବ ପ୍ରଥମେ ତାଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେନ୍ଦ୍ର ନାଥ ନାୟକ ତାଙ୍କ ନିଜ ବାଲ୍ୟ ବନ୍ଧୁ ଙ୍କ ମୃତୁ ଖବର ଜାଣିଲା ପରେ,ସେ ଖୁବ୍ ମର୍ମାହତ ହେବା ସହ ଭାଙ୍ଗି ପଡ଼ିଥିଲେ । ମୃତ ଶରୀର କୁ କବର ଦିଆ ଯିବା ପୂର୍ବରୁ,ନିଜ ଗ୍ରାମ ସୁଧିକେଶ୍ୱର୍ (ବଳଭଦ୍ରପୂର୍) ଗ୍ରାମ ଦାଣ୍ଡରେ, ତାଙ୍କର ଅଞ୍ଚଳ ବାସୀଙ୍କ ଶେଷ ଦର୍ଶନପାଇଁ ରଖା ଯିବା ପରେ, ବେଳାଭୂମି ସାହିତ୍ୟ ସଂସଦ ର କର୍ମ କର୍ତ୍ତା, ସହସହ,କିବା ପୁରୁଷ କିବା ମହିଳା ତାଙ୍କର ଶେଷ ଜମିଦାର ଙ୍କୁ ହରାଇ ଥିବାରୁ ,ଲୋତକ ଭରା କଣ୍ଠ ରେ ମର ଶରୀର କୁ ସମ୍ମାନ ଜଣାଇ ଥିବାର ଦେଖା ଯାଇଥିଲା । ନିଜ ବାସସ୍ଥାନ ନିକଟ ଏକ ସ୍ଥାନରେ ତାଙ୍କ ପରିବାର ,ବନ୍ଧୁ ବାନ୍ଧବ , ଓ ସହ ସହ, ସାଧାରଣ ଜନତାଙ୍କ ଉପସ୍ଥିତିରେ କବର ଦିଆ ଯାଇଅଛି । ତାଙ୍କ ମୃତୁ ରେ,ଅସ୍ତରଙ୍ଗ ,କାକଟପୁର ଅଂଚକରେ ସୋକର ଛାୟା ଖେଳି ଯାଇ ଅଛି ।
Sign in
Sign in
Recover your password.
A password will be e-mailed to you.