ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ସ୍ଥିତ ଅନୁକୁଣ୍ଡାଗୁଡ଼ା ଆବାସିକ ବାଳିକା ସେବାଶ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ସୁନୀ ବଡମୁଣ୍ଡିଙ୍କ ତତ୍ତ୍ଵାବଧାନରେ ୩୦ ଗୋଟି ସ୍ଥାୟୀ ବାରମାସୀ ଗଛ ରୋପଣ କରାଯାଇଥିଲା।
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅବସରରେ ” ବୃକ୍ଷ ହିଁ ଜୀବନ” ଉପରେ ଆଧାରିତ ବକୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ପ୍ରଗତି ମହିଳା ସଂଗଠନର ସମ୍ପାଦିକା ତନୁଜା ତପଥୀଙ୍କ ଦ୍ଵାରା (କନିଷ୍ଠ / ବରିଷ୍ଠ ବର୍ଗରେ) ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା , ମୁଖ୍ୟବକ୍ତା ଭାବେ ପଣ୍ଡିତ ନରସିଂହ ଗୌଡ଼ , ସମ୍ମାନୀତ ବକ୍ତା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ (ପୁରୀ) , ସଂଯୋଜକ ଲୋକନାଥ ମିଶ୍ର , ଉପ-ସଭାନେତ୍ରୀ ମାନସୀ ପଣ୍ଡା ଯୋଗ ଦେଇ ବୃକ୍ଷର ମାହାତ୍ମ୍ୟ ସମ୍ପର୍କରେ ପିଲାଙ୍କୁ ବୁଝାଇଥିଲେ। ବକୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ବିଜୟୀ ଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ପ୍ରଗତିର ସଭାନେତ୍ରୀ ତଥା ବରିଷ୍ଠ ଶିକ୍ଷୟତ୍ରୀ କଳ୍ପନା ପଟ୍ଟନାୟକ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.