ମିଶନ ଶକ୍ତି ଓ ପୌର ସଂସ୍ଥା ଅଧିକାରୀମାନଙ୍କ ନିମନ୍ତେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

0 2

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ. ଉଦୟଗିରି ବ୍ଲକ ପ୍ରେକ୍ଷାଳୟ ଗୃହରେ ମୁକ୍ତା ଯୋଜନା ପକ୍ଷରୁ ମିଶନ ଶକ୍ତି ଓ ପୌର ସଂସ୍ଥା ଅଧିକାରୀମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ପ୍ରଶିକ୍ଷୀକ ନମ୍ରତା ପ୍ରଧାନ, ଜାଗୃତି ସିଂ, ଉପାଦକ୍ଷ ସନ୍ତୋଷ କୁମାର ବାଘ, ଅତିରିକ୍ତ ସହାୟକ ଯନ୍ତ୍ରୀ ଅସିତ କୁମାର ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ମୁକ୍ତା ଯୋଜନାର ସଂଯୋଜକ ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ଏହା ସହ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ କାଉନସିଲର, ମିଶନ ଶକ୍ତି ଗ୍ରୁପର ମହିଳା ଯୋଗ ଦେଇ ଦକ୍ଷତା ବିକାଶ ସମ୍ପର୍କରେ ତାଲିମ ନେଇଥିଲେ I ଏହି କାର୍ଯ୍ୟକ୍ରମକୁ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ମୁକ୍ତା ଯୋଜନାର ସଂଯୋଜକ ପ୍ରଭାତ ସାହୁ ପରିଚାଳନା କରିଥିଲେ I ଏହି ପରିପ୍ରେକ୍ଷୀରେ ବିଡିଓ କନ୍ଫରେନ୍ସ ମାଧ୍ୟମରେ ମିଶନ ଶକ୍ତିର ସଦସ୍ୟଙ୍କୁ ଦକ୍ଷତା ବିକାଶ ସମ୍ପର୍କରେ ତାଲିମ ମଧ୍ୟ ଦିଆଯାଇ ଥିଲା I

Leave A Reply

Your email address will not be published.