ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି

0 2

ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ୍ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ,ଜାତୀୟ ସାମାଜିକ ସହାୟତା ଯୋଜନା , ପଞ୍ଚଦଶ ଅର୍ଥ ଆୟୋଗ ଯୋଜନା ସମ୍ପାଦିତ ହୋଇଥିବା ୨୦୨୨-୨୩ ଆର୍ଥିକ ବର୍ଷ ର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଜିଲ୍ଲା ନିର୍ବାହୀ ଅଧିକାରୀ ସୁନିଲ କେରକେଟା ଅଧ୍ୟକ୍ଷତା କରିଥବା ବେଳେ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଆନନ୍ଦ କୁମାର ପଧାନ, ବ୍ଲକ୍ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲ୍ଲାପରିଷଦ ସଭ୍ୟ ନୀଳମଣି ବରିହା,ଏବିଡିଓ ପ୍ରତାପ ସିଂହ ନାଏକ, ଏପିଓ ମାନସ କୁମାର ଭୋଇ, ବ୍ଲକ୍ ସାମାଜିକ ସମୀକ୍ଷା ଅଧିକାରୀ ଉମାକାନ୍ତ ସାହୁ ଉପସ୍ଥିତ ରହି ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକାରୀ ହୋଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା,ପଞ୍ଚଦୋଷ ଅର୍ଥ ଆୟୋଗ ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନାର ରେ କାର୍ଯ୍ୟ ହୋଇଥିବା ବିଭିନ୍ନ ଗ୍ରାମପଞ୍ଚାୟତ ଗୁଡ଼ିକ ର ଭିଆରପି ମାନେ ଉପସ୍ଥାପନା କରିଥିବା ସମସ୍ତ ସମସ୍ୟା ଓ ଶ୍ରମିକ ମାନଙ୍କ ବିଭିନ୍ନ ଅଭିଯୋଗ ଗୁଡ଼ିକ ଶୁଣି ତୁରନ୍ତ ଏହାର ସମାଧାନ କରିବା ପାଇଁ ଶ୍ରୀଯୁକ୍ତ କେରକେଟା ସମସ୍ତ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ଉକ୍ତ ଶିବିରରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଭିଆରପି ମାନେ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ୍ କର୍ମଚାରୀମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.