ବରଗଡ଼ ଜିଲ୍ଲାର ରେଣୁ ଅଗ୍ରୱାଲ ଙ୍କୁ ଗ୍ଲୋବାଲ ସାହିତ୍ୟ ପୁରସ୍କାର

0 2

ବରଗଡ଼ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ନିର୍ଦଳୀୟ ପ୍ରକାଶନ ପକ୍ଷରୁ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବରଗଡ ଜିଲ୍ଲା ବରପାଲି ଗଙ୍ଗାଧର ମେହେର ମାଟିର ବାସିନ୍ଦା ରେଣୁ ଅଗ୍ରୱାଲଙ୍କୁ ଏକ୍ ଅର୍ ରାଧା ପୁସ୍ତକ ପାଇଁ ‘ଗ୍ଲୋବାଲ୍ ସାହିତ୍ୟ ପୁରସ୍କାର’ ସମ୍ମାନରେ ସମ୍ମାନିତ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଆମେରିକା, ଅଷ୍ଟ୍ରେଲିଆ, କାନାଡା, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ନେପାଳ ସହିତ ଛତିଶଗଡ, ଝାରଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଓଡିଶାରୁ ବହୁ ଲେଖକ ସାହିତ୍ୟିକମାନେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ଆଇଆଇଏମସି ମହାନିର୍ଦ୍ଦେଶକ ସଞ୍ଜୟ ଦ୍ୱିବେଦୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ରାମାଚର ପୂର୍ବତନ ଜିଲ୍ଲା ତଥା ସେସନ୍ସ  ଜଜ୍ ସୁରେନ୍ଦ୍ର ସିସୋଡିଆ, ଅଲ ଇଣ୍ଡିଆ ମୁସଲିମ୍ ଫେଷ୍ଟିଭାଲ୍ କମିଟିର ମୁଖ୍ୟ, ଲେଖକ ତଥା ସାମ୍ବାଦିକ ଆୟୁଷ ଶାହମିରୀ ଖୁରାମ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଶ୍ରୀମତୀ ଅଗ୍ରୱାଲ ଉତ୍ତରପ୍ରଦେଶର ଗୋରଖପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ଶିକ୍ଷା ହୋଇଥିଲା। ରେନୁ ବିଇଡି ସହିତ ସାହିତ୍ୟରେ ଏମ୍ଏ, ବୈଷୟିକ ଶିକ୍ଷା ଅଧୀନରେ ଉତ୍ତରପ୍ରଦେଶର ଲଖ୍ନୌ ବିଟେକ କେନ୍ଦ୍ରରୁ ଗୋରଖପୁର ସରକାରୀ ମହିଳା ପଲିଟେକ୍ନିକରୁ କମ୍ପ୍ୟୁଟର ପ୍ରୟୋଗରେ ଦୁଇ ବର୍ଷ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମାରେ କରିଛନ୍ତି ।ବରଗଡ ଜିଲ୍ଲାର ବରପାଲି ତହସିଲର ଗୋ-ରକ୍ଷକ ତଥା ଜଣାଶୁଣା ବ୍ୟବସାୟୀ ଜୟପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ଅଟନ୍ତି । ଏହା ପୂର୍ବରୁ ଶ୍ରୀମତୀ ଅଗ୍ରୱାଲଙ୍କୁ ଅନେକ ସାହିତ୍ୟ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.