ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭାରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଜାତୀୟ ଇ-ବିଧାନ (ନେଭା) କାର୍ଯ୍ୟକାରିତାର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା
ବୈଠକରେ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ଅଗଷ୍ଟ ମାସ ତୃତୀୟ ସପ୍ତାହ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସମାପ୍ତ କରି ପରବର୍ତ୍ତୀ ତିନି ମାସ ମଧ୍ୟରେ ଓଡ଼ିଶା ବିଧାନସଭାରେ ସଂପୂର୍ଣ୍ଣ ଭାବେ ନେଭା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ ଉପସ୍ଥିତ ସମସ୍ତ ସଂଶ୍ଳିଷ୍ଟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲୋ ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବା ପୂର୍ବରୁ ମାନ୍ୟବର ସଦସ୍ୟମାନଙ୍କୁ ନେଭା ଆପ୍ ସହ ଅଭ୍ୟସ୍ତ କରାଇବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛିା
ସୂଚନାଯୋଗ୍ୟ ଯେ ଓଡ଼ିଶା ବିଧାନସଭାକୁ ପେପରଲେସ୍ ବିଧାନସଭାରେ ପରିଣତ କରିବାକୁ ଇ-ବିଧାନ ଆପ୍ଲିକେସନ୍ କାର୍ଯ୍ୟକାରୀ ହେବାକୁ ଯାଉଛିା
ବୈଠକରେ ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀଙ୍କ ସମେତ ଓକାକ୍, ଏନ୍ଆଇସି, ରାଜ୍ୟ ସୂଚନା ପ୍ରଯୁକ୍ତି ବିଭାଗ, ପୂର୍ତ୍ତ ବିଭାଗ ଏବଂ ବିଧାନସଭାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.