ପଦ୍ମପୁର – ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି | ମିଶନ ଶକ୍ତି ବିଭାଗ ସହଯୋଗ ରେ ବ୍ଲକ ସ୍ତରୀୟ ସଙ୍ଘ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ରାଣୀ ସିଂ ବରିହା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟର ମାଁ ଭଉଣୀ ମାନଙ୍କର ସାମାଜିକ ଓ ଆର୍ଥିକ ସୁରକ୍ଷା ନିମନ୍ତେ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ମାନ୍ୟବାର ମୁଖ୍ୟମନ୍ତ୍ରୀ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ରାଜ୍ୟର ମିଶନ ଶକ୍ତି ବିଭାଗ , ଦେଶବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି , ମହିଳା ମାନଙ୍କର ଆର୍ଥିକ ବିକାଶ ର ସୂତ୍ରଧର ସାଜିଛି ବୋଲି ନିଜର ବକ୍ତବ୍ୟ ରଖିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି , ମିଶନ ଶକ୍ତି ର ମାଁ ମାନଙ୍କୁ ସୁଧ ମୁକ୍ତ ଋଣ ପାଇଁ ବିଧାୟିକା ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ
ସି. ଡି. ପି. ଓ. ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କ୍ଷେତ୍ର ଅଧିକାରୀ ସରୋଜ ଲାକ୍ରା ଉପସ୍ଥିତ ଥିଲେ | ମିଶନ ଶକ୍ତି ସଂଯୋଜକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ବି. ପି. ଏମ୍ ଶ୍ରୀ ସତ୍ୟ କୁମ୍ଭାର କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଧେଶ୍ୟ ତଥା ସୁଧ ର ବିଭିନ୍ନନିୟମାବଳୀ ଉପରେ ଅଂଶଗ୍ରହଣ କରି ଥିବା ମହିଳା ମାଆ ମାନଙ୍କୁ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ ଛଅ ଗୋଟି ବ୍ୟାଚ ରେ ଛଅ ଦିନ ଧରି ହେବାକୁ ଥିବା ବେଳେ ପ୍ରଥମ ବ୍ୟାଚ ରେ ୭୦ ଗୋଟି ଏସଏଚଜି ରୁ ୧୪୦ ଜଣ ଅଂଶଗ୍ରହଣ କରିଥିଲେ । ମହିଳା ମାନେ ନିଜକୁ ଛୋଟ ନ ଭାବି ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ରୋଜଗାର ବଢାଇବାକୁ ବିଧାୟିକା ଶ୍ରୀମତୀ ବରିହା ପରାମର୍ଶ ଦେଇଥିଲେ |ସାଧନ କର୍ମୀ ଭାବରେ ଗୋପିକା ସାହୁ ଏବଂ ବର୍ଷା ନାୟକ ବିଭିନ୍ନ ଉଦାହରଣ ଦେଇ ସଭ୍ୟାମାନଙ୍କୁ ତାଲିମ ଦେଇଥିଲେ |ଶେଷରେ ସଙ୍ଘର ସଭାନେତ୍ରୀ କୁମୁଦିନୀ ବେହେରା ଧନ୍ୟବାଦ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.