ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ଛତୁଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ଛତୁଚାଷ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଶୁଭ ଉଦଘାଟିତ ହୋଇଯାଇଛି।
ଏହି ଛତୁଚାଷ ତାଲିମ କାର୍ଯ୍ୟକ୍ରମ ଦଶ ଦିନିଆ ତାଲିମ ପ୍ରଦାନ କରାଯିବ। ଜିଲ୍ଲାର ନୂଆଗଡ ବ୍ଲକର ବିଭିନ୍ନ ଗ୍ରାମରୁ ମୋଟ ୩୫ ଜଣ ମହିଳା ଓ ପୁରୁଷଙ୍କୁ ତାଲିମ ନେବା ପାଇଁ ବ୍ୟବସ୍ଥା କରାଯାଇଅଛି।
ଆଜିର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସାଇମୋନ ଡୁଙ୍ଗଦୁଙ୍ଗ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଲିଡ୍ ବ୍ୟାଙ୍କ ମେନେଜର ଶ୍ରୀ କିଶୋର ଚନ୍ଦ୍ର ନାଇକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ କହିଥିଲେ ଏହି ଛତୁ ତାଲିମ ନେଲା ପରେ ନିଜ ନିଜ ଅଞ୍ଚଳରେ ସଫଳତାର ଚାଷ କରିବା ପାଇଁ ଉପଦେଶ ଦେଇଥିଲେ। ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.