ସୁବର୍ଣ୍ଣପୁର :(ପ୍ରକାଶ କୁମାର ହାତୀ)-ଜୁନ ୩୦ ଓ ଜୁଲାଇ ୦୧ ଦୁଇଦିନ ଧରି ତାମିଲନାଡୁ କୋଡାଇକନଲ ଠାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ) ର ସର୍ବୋତ୍ତମ ପରିଚାଳନା ଉପରେ ଜାତୀୟ ଦକ୍ଷିଣାଞ୍ଚଳ ରାଜ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କର୍ମଶାଳା ରେ ଓଡିଶା ରାଜ୍ୟ ରୁ ଗଞ୍ଜାମ, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଜିଲ୍ଲା ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପ୍ରମୁଖ ପ୍ରତିନିଧିତ୍ୱ କରି ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ର ସର୍ବୋତ୍ତମ ପରିଚାଳନା ସହ ଯୋଜନାର ସ୍ଥିତି, ବ୍ୟବସ୍ଥା, କାର୍ଯ୍ୟକାରିତା ତଥା ଅଗ୍ରଗତି ଉପରେ ଅଧିକାରୀ ବୃନ୍ଦ ଅନୁଷ୍ଠିତ କର୍ମଶାଳାରେ ଉପସ୍ଥାପନା କରିଛନ୍ତି l ଏହି କର୍ମଶାଳାରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର, ଓଡିଶା, ଉତ୍ତରପ୍ରଦେଶ, ଆସାମ,ଛତିଶଗଡ, ଲାକ୍ଷ୍ୟାଦ୍ବୀପ ପ୍ରଭୁତି ରାଜ୍ୟ ର ପ୍ରତିନିଧି ମଣ୍ଡଳୀ ଯୋଗଦାନ କରି ନିଜନିଜ ରାଜ୍ୟରେ ଆବାସ ଯୋଜନା ର ସର୍ବୋତ୍ତମ ପରିଚାଳନା, ସ୍ଥିତି, ଅଗ୍ରଗତି ଓ କାର୍ଯ୍ୟକାରିତାର ଉପସ୍ଥାପନା କରଥିବା ବେଳେ ପ୍ରତିନିଧି ମଣ୍ଡଳୀ ଯୋଜନା ର ସଫଳ କାର୍ଯ୍ୟକାରିତା ତଥା ସ୍ଥିତି ଉପରେ କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି l କର୍ମଶାଳା ରେ ଅଂଶଗ୍ରହଣ ପାଇଁ ରାଜ୍ୟ ପ୍ରତିନିଧି ମଣ୍ଡଳୀ ରେ ଓଡିଶା ର ସୁବର୍ଣ୍ଣପୁର ଜିଲ୍ଲାରୁ ମୁଖ୍ୟ ଜିଲ୍ଲା ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ନିହାର ରଞ୍ଜନ କଁହର ପ୍ରତିନିଧିତ୍ୱ କରି ଜିଲ୍ଲା ତଥା ରାଜ୍ୟରେ ଯୋଜନାର ସଫଳ କାର୍ଯ୍ୟକାରିତା ତଥା ଗୃହ ନିର୍ମାଣ ସମ୍ପୂର୍ଣ୍ଣକରଣ କୌଶଳ ଏବଂ ଅନ୍ୟାନ୍ୟ ଉପଯୋଗୀ ସର୍ବୋତ୍ତମ ପରିଚାଳନା ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିଲେ l
Sign in
Sign in
Recover your password.
A password will be e-mailed to you.