ହୃଦରୋଗୀ ଶିଶୁଙ୍କ ପାଇଁ ସାହାରା ପାଲଟିଲେ ଟ୍ୱିଟର ଗାର୍ଲ: ଦୀପାଙ୍କ ସହାୟତାରେ ମିଳିଲା ୩୦ ହଜାର ଟଙ୍କାର ସହାୟତା

0 2

ବରଗଡ଼: ବରଗଡ଼ ଜିଲ୍ଲାର ଅନେକ ରୋଗୀଙ୍କ ପାଇଁ ଆର୍ଥିକ ସହାୟତା ଯୋଗେଇଦେବାକୁ ସଂଘର୍ଷ କରୁଥିବା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ବେଚ୍ଛାସେବୀ ଦୀପା ବାରିକ ଜଣେ ଅସହାୟ ଶିଶୁର ଚିକିତ୍ସା ପାଇଁ ସଂଘର୍ଷ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମର ବିହାରୀ କଲେତଙ୍କ ପୁଅ ଫାଲ୍ଗୁନି କଲେତ(୧୦) ୨୦୧୪ ମସିହାରୁ ହୃଦରୋଗରେ ପୀଡ଼ିତ ଅଛନ୍ତି ।କରୋନା ମହାମାରୀ ପୂର୍ବରୁ ତାଙ୍କ ବାପା ଦୁଇଥର ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସା ତଥା ଅସ୍ତ୍ରୋପଚାର କରାଇଥିଲେ।କିନ୍ତୁ ତୃତୀୟ ଥର ଅସ୍ତ୍ରୋପଚାର ଆବଶ୍ୟକ ଥିବାରୁ ଅର୍ଥିଭାବରୁ ଦିଲ୍ଲୀ ଯାଇପାରୁନଥିଲେ।ଏହି ବିଷୟରେ ଜଣେ ସ୍ବେଚ୍ଛାସେବୀଙ୍କ ଜରିଆରେ ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ବେଚ୍ଛାସେବୀ ଦୀପା ବରିକ ଜାଣିବା ପରେ ଗତ ମଇ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ।ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପାଇବା ପରେ ଗତ ୩୦ ମଇରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏକ ଚିଠି କରି ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାପରେ ଗତ ଜୁନ ୫ ତାରିଖରେ ଏକ ଡାକ୍ତରୀ ଦଳ ଫାଲ୍ଗୁନି ଙ୍କ ଘରକୁ ଯାଇ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିଥିଲେ।ଏହି ତଦନ୍ତ ପରେ ଡଭାର ମୁଖ୍ୟ ଚିକିତ୍ସାଧିକାରୀ ଘଟଣାଟି ସତ୍ୟ ଏବଂ ଫାଲ୍ଗୁନିର ବାପାଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଆବଶ୍ୟକ ଅଛି ,ତାହା ଯୋଗେଇଦେବାକୁ ଅନୁରୋଧ କରିଥିଲେ।ଏହା ପରେ ଗତ ଶନିବାର ଦିନ ଫାଲ୍ଗୁନିଙ୍କ ଚିକିତ୍ସା ପାଇଁ ବରଗଡ଼ ଜିଲ୍ଲାପାଳ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଆକାଉଣ୍ଟ ମାଧ୍ୟମ ରେ ପ୍ରଦାନ କରିଛନ୍ତି।ଏହି ସହାୟତା ପାଇବା ପରେ ବିହାରୀ କଲେତ ଅତ୍ୟନ୍ତ ଖୁସି ଅନୁଭବ କରିବା ସହ ସ୍ବେଚ୍ଛାସେବୀ ଦୀପା ବାରିକ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରଗଡ଼ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅସହାୟ ରୋଗୀଙ୍କ ପାଇଁ ଦୀପାଙ୍କ ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.