ଅଖିଳଭାରତ ଯୁବ ଓ ଛାତ୍ରସଂଘ ପକ୍ଷରୁ ୧୦ ଦଫା ଦାବୀରେ ରାସ୍ତାରୋକ, ପ୍ରତିବାଦ ଶୋଭାଯାତ୍ରା ବିକ୍ଷୋଭ ପ୍ରଦର୍ଶନ ଆଇନ ଅମାନ୍ୟ ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଠାରେ ଅଖିଳଭାରତ ଯୁବ ଓ ଛାତ୍ରସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ରର ମୋଦି ସରକାରଙ୍କ ବର୍ଷକୁ ଦୁଇକୋଟି ଯୁବକକୁ ନିଯୁକ୍ତିର ମିଥ୍ୟାପ୍ରତିଶ୍ରୁତି ପ୍ରତିବାଦରେ ଏବଂ ସମସ୍ତ ବିଭାଗରେ ଖାଲି ଥିବା ପଦବୀ ପୁରଣ କରିବା ନହେଲେ ବେକାରୀ ଭତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଓ ଯୁବଛାତ୍ରଙ୍କ ଭବିଷ୍ୟତ ସୁରକ୍ଷା ପ୍ରଭୃତି ୧୦ ଦଫା ଦାବୀରେ ରାସ୍ତାରୋକ, ପ୍ରତିବାଦ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ସହ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଦାବୀପତ୍ର ପ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ଜନା ସୁବାସ ରାଓ, ଆର.ପାପିନାଇଡୁ ଏବଂ ଇସମାଏଲ ଶବରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କର୍ମୀମାନେ ଫାଏୟଷ୍ଟେସନ ଛକ ଓ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ଛକ ଠାରେ ରାସ୍ତାରୋକ କରି କେନ୍ଦ୍ରର ନୀତିବିରୋଧ ସ୍ଲୋଗାନ ମାନ ଦେଇ ବିକ୍ଷୋଭ କରିଥିଲେ । ଆଇନକୁ ଅମାନ୍ୟ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ବେଳେ ଫାଟକରେ ମୃତୟନ ପୋଲିସିବାହିନୀ ଅଟକାଇବାକୁ ବାଧ୍ୟ ହୋଇଥିଲେ । ପରେ ଆନ୍ଦୋଳନକାରୀ ମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର କରକରାଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଥିଲେ । ୧୦ ଦଫା ଦାବୀ ଗୁଡିକ ମଧ୍ୟରେ ମୁଖ୍ୟତଃ ଭଗତସିଂ ନିଶ୍ଚିତ କର୍ମନିଯୁକ୍ତି ଆଇନ ପ୍ରଣୟନ, ସମସ୍ତଙ୍କ ପାଇଁ ସମାନ ମାଗଣା ଓ ବିଜ୍ଞାନ ସମେତ ଶିକ୍ଷା, ଦଳିତ ଆଦିବାସୀ ସମ୍ୱିଧାନ ଓ ଧର୍ମନିରପେକ୍ଷତା ସୁବିଧା ସମସ୍ତ ସରକାରୀ ଅନୁଷ୍ଠାନରେ ଖାଲିଥିବା ଯୁଦ୍ଧକାଳୀନ ପରିସ୍ଥିତିରେ ପୁରଣ କରିବା, କର୍ମନିଯୁକ୍ତି କାର୍ଯ୍ୟାଳୟରେ ପଞ୍ଜିକୃତ ସମସ୍ତ ବେକାର ଯୁବକ  ଯୁବତୀଙ୍କୁ ନିଯୁକ୍ତି ଦେବା ନଚେତ ବେକାରୀ ଭତ୍ତା ଦେବା ଏବଂ ତୈଳ ଦରବୃଦ୍ଧିକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧିକୁ କମାଇବା ପ୍ରଭୃତି ଦାବୀ ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.