ବରଗଡ଼ :- ନିଜର ସୌଖିନ ଆବଶ୍ୟକତା କୁ ପୂରଣ କରିବା ନିମନ୍ତେ ହେଉ କି ବିକାଶ ର ଦ୍ୱାହି ଦେଇ କ୍ରମାଗତ ଭାବରେ ଗଛ କାଟିବା ଚାଲୁ ରହିଛି । ଗଛ କଟା ଯିବା ଫଳରେ ବର୍ତ୍ତମାନ ତାର କୁ ପ୍ରଭାବ ଜୀବଜଗତ ଉପରେ ପଡିବାରେ ଲାଗିଛି । ଅନ୍ୟପଟେ ଜଙ୍ଗଲ ସୃଷ୍ଟି ନାଁରେ ଜେବଲ ଔପଚାରିକତା ପୂରଣ କରି କାମ ସାରିଦିଆ ଯାଉଥିବା ବେଳେ , ଭୂପୃଷ୍ଠର ତାପମାତ୍ରା ସହିତ ପ୍ରଦ୍ୟୁଷଣ ବଢ଼ିବାରେ ଲାଗିଛି । ବଢୁଥିବା ପ୍ରଦୂଷଣ କୁ ରୋକିବା ପାଇଁ ଓ ପରିବେଶ କୁ ଶୁଦ୍ଧ କରିବା ପାଇଁ ନୃକ୍ଷ ରୋପଣ ନିହାତି ଆବଶ୍ୟକ । କେବଳ ବୃକ୍ଷ ରୋପଣ ନୁହେଁ , ବୃକ୍ଷରୋପଣ ପରେ ବୃକ୍ଷ ର ଯତ୍ନ ମଧ୍ୟ ନେବା ନିହାତି ଆବଶ୍ୟକ । ଗତ କିଛିଦିନ ତଳେ ପାଇକମାଲ ଅଞ୍ଚଳର କିଛି ସମାଜ ସେବୀ ଯୁବକ ଙ୍କର ଦ୍ୱାରା ପାଇକମାଲ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଏହାପରେ ପାଇକମାଲ ନୃସିଂହନାଥ ରେଞ୍ଜର ଙ୍କର ସହିତ ଆଲୋଚନା କରି ଓ ରେଞ୍ଜର ଙ୍କର ପରାମର୍ଶ କ୍ରମେ ଆଜି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ , ପାଇକମାଲ ଠାରେ ନିର୍ମାଣାଧୀନ ଶିବ ମନ୍ଦିର ପରିସରରୁ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପାଇକମାଲ ନାଗରିକ କମିଟି ଏ ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ଶ୍ରୀ ବିଜୟ କୁମାର ରାଓ , ଶ୍ରୀ ବିନୋଦ କୁମାର କାଳିଆ , ଶ୍ରୀ ମୁଜାଫର ହୁସେନ , ଶ୍ରୀ ଲିଟୁ ମହାନ୍ତି ଓ ଅନେକ୍ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ କରିଥିବା ବେଳେ , ବୃକ୍ଷରୋପଣ ପାଇଁ ପୂର୍ବରୁ ସମସ୍ତ ଯୋଜନା ପ୍ରସ୍ତୁତ କରି କ୍ରମାଗତ ଭାବରେ ହେବାକୁ ଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଙ୍ଗ ଧରିଥିବା ଡାକ୍ତର ବୁଲୁ ବାରିକ, ଶ୍ରୀ ସୁମିତ ତ୍ରିବେଦୀ , ଶ୍ରୀ ସୁନୀଲ ଅଗ୍ରୱାଲ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନ କରିଥିଲେ ।
ସେହିଭଳି ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ପାଇକମାଲ ସ୍ଥିତ ମାଁ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରେ ଭକ୍ତ ତଥା ଶ୍ରଦ୍ଧାଳୁ ଙ୍କର ନିମନ୍ତେ ଏକ ଥଣ୍ଡା ପାଣି ଫ୍ରିଜର ଅନାବରଣ କରିବା ପରେ ମନ୍ଦିର ପରିସରରେ ଦୁଇ ଗୋଟି ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ , ବିଧାୟିକା କହିଥିଲେ ଯେ , ଆଗାମୀ ପିଢୀକୁ ଏକ ସୁସ୍ଥ ପରିବେଶ ପ୍ରଦାନ କରିବା ନିମନ୍ତେ ବର୍ତ୍ତମାନ ଠାରୁ ଅଧିକ ରୁ ଅଧିକ ସଂଖ୍ୟାରେ ବୃକ୍ଷରୋପଣ କରିବାକୁ ପଡିବ । ପରିବେଶ ର ସୁରକ୍ଷା ଆମର ଦାଇତ୍ୱ ଓ କର୍ତ୍ତବ୍ୟ । ଏଣୁ ପ୍ରତେକ ବ୍ୟକ୍ତି କିଛି ନା କିଛି ବୃକ୍ଷରୋପଣ କରନ୍ତୁ ଓ ସେହି ବୃକ୍ଷର ଯତ୍ନ ନିଅନ୍ତୁ ।
Sign in
Sign in
Recover your password.
A password will be e-mailed to you.