ମୟୂରଭଞ୍ଜ ଜିଲାରେ ଶିଶୁ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ପର୍ବ ଶେଷ-

0

ବାରିପଦା- ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ନିଦେ୍ର୍ଧଶ କ୍ରମେ ମୟୂରଭଞ୍ଜ ଜିଲାରେ ଜିଲାସତରରୁ ଆରମ୍ଭ କରି ବ୍ଲକ, ପଞ୍ଚାୟତସ୍ତରରେ ନଭେମ୍ବର ୧୪ ବିିଭିନ୍ନ କାର୍ଯକ୍ରମ ମାଧ୍ୟମରେ ଶିଶୁ ଦିବସ ପାଳିତ ହେବ । ଏହି ପରିପ୍ରେକ୍ଷୀ ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି । ଚଳିତ ବର୍ଷ ଜିଲାରେ ଶିଶୁ ଦିବସକୁ ଜିଲାସ୍ତରରୁ ଆରମ୍ଭ ହୋଇ ବ୍ଲକ ଓ ପଞ୍ଚାୟତ ସ୍ତରରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ପାଳନ କରାଯିବା ନିମନ୍ତେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିବା ବେଳେ ପ୍ରତ୍ୟେକ ସ୍ତରରେ କାର୍ଯ୍ୟକ୍ରମର ସୁପରିଚାଳନା ଓ ତଦାରଖ ପାଇଁ ଜିଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ, ଜିଲା ଶିକ୍ଷା ଅଧିକାରୀ, ସମସ୍ତ ବିଡ଼ିଓ, ବ୍ଲକ ଶିକ୍ଷା ଅଧିକାରୀ ତଥା ବରିÂ ପ୍ରଶାସନିକ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତ୍ୱରାନ୍ୱିତ କରିବାକୁ ଜିଲାପାଳ ଶ୍ରୀମୀନା ନିଦେ୍ର୍ଧଶ ଦେଇଛନ୍ତି । ଶିଶୁ ଦିବସ ପାଳନ ଅବସରରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କର ସୃଜନ ଗୁଣର ବିକାଶ ପାଇଁ ବକ୍ତୃତା, ପ୍ରବନ୍ଧ, କବିତା ଆଦି ପ୍ରତିଯୋଗିତା ସହ ଶିକ୍ଷା ସଚେତନତା ଆଧାରିତ ସାସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହ ମାଧ୍ୟମରେ ଆୟୋଜିତ ହୋଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ । ଏଥିରେ ସରକାରୀ ଓ ବେସରକାରୀ ଶିକ୍ଷା ଅନୁÂାନର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିଗୁଡ଼ିକର ସଦସ୍ୟ, ସଦସ୍ୟା, ଅଭିଭାବକମାନେ ସାମିଲ ହୋଇ ଦିବସ ପାଳନକୁ ସାଫଲ୍ୟ ମଣ୍ଡିତ କରାଇବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ କାର୍ଯ୍ୟକ୍ରମ ନଭେମ୍ବର ୧୪ ପୂର୍ବାହ୍ନ ୧୦ରୁ ଅପରାହ୍ନ ସାଢେ଼ ୧୨ଟା ପର୍ଯ୍ୟନ୍ତ ହେବ । ଏଥି ସହିତ ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇବା ନିମନ୍ତେ ଜିଲାପାଳ ଶ୍ରୀମୀନା ଜିଲାବାସୀଙ୍କର ସହଯୋଗ କାମନା କରିଥିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
 

 

Leave A Reply

Your email address will not be published.