
ଗାଇସିଲାଟ/ ମନ ଡନସନା – ଉଦ୍ଙାଟନ ପୂର୍ବରୁ ଭାଂଗିଲା ନିର୍ମାଣାଧିନ ପାର୍କର ବାଡ । ଆସିଲା ବିକାଶର ଚିନ୍ତାଜନକ ଚିତ୍ର।ଗ୍ରାମ୍ୟ ଜଂଗଳରେ ହୋଇଛି ପାର୍କ ନିର୍ମାଣ । ବିନା ଅନୁମତିରେ ନିର୍ମାଣର ସୂଚନା । ତା ଉପରେ ପୁଣି ଦୁର୍ନିତୀର ବାସ୍ନା । ଭାଂଗିଗଲାଣି ନିର୍ମାଣାଧିନ କେର୍ମେଲି ଉଦ୍ୟାନ । ଗାଇସିଲାଟ ବ୍ଲକର ବିଭାଗିୟ ହିସାବରେ ନିର୍ମାଣ ହେଉଥିବା ଏହି କାମର କାର୍ଯ୍ୟାଦେଶ ସ୍ଥାନିୟ ଜେଇଙ୍କ ନାମରେ ଥିବା ଜଣାପଡିଥିବା ବେଳେ କାମକୁ ଦେଖାଶୁଣା କରୁଛନ୍ତି ଗ୍ରାମ ପଂଚାୟତର ପି.ଇ.ଓ । ଠିକାଦାର କାମ କରୁଥିଲେ ଭିନ୍ନ କଥା , ବିଭାଗିୟ ଅଧିକାରିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନିର୍ମଣାଧିନ ଏହି ପାର୍କ ଏତେ ନିମ୍ନ ମାନର ହେଲା କେମିତି । ଉଦ୍ଗାଟନ ପୂର୍ବରୁ କେମିତି ଭାଂଗିଲା ପାଚେରି । ଦାଦନ ପ୍ରବଣ ଗାଇସିଲାଟ ବ୍ଲକକୁ ଦିଆଯାଉଥିବା ଶ୍ରମିକ ନିୟୋଜନର ଟାର୍ଗେଟରେ କାର୍ଯ୍ୟ ଶୈଳି ଓ କାମର ମାନକୁ ଅଣଦେଖା ହେଉଥିବା ସ୍ପଷ୍ଟ ଦେଖାଯାଉଛି ଏହି କାମରେ । ଆଉ ପ୍ରାଥମିକ ଅନୁସଂଧାନରେ ଗ୍ରାମବାସୀଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ନିର୍ମାଣାଧିନ ପାର୍କଟି ଗ୍ରାମ୍ୟ ଜଂଗଳରେ ହୋଇଛି । ଯାହାକି 2006 FRA ନିୟମକୁ ବିରୋଧ କରୁଛି ବୋଲି କୁହାଯାଉଛି । ୧୩ଟି କାମ ନିମନ୍ତେ DFO ଜମି ଦେବାକୁ ଅଧିକୃତ ଓ ପାର୍କ ସେଥିରେ ନଥିବା କହୁଛନ୍ତି ବନ ବିଭାଗର ଅଧିକାରି । ପ୍ରଶ୍ନ ଉଠେ ଏଭଳି ଭାବରେ ପ୍ରବେଶ ନିମନ୍ତେ ରୋକଠୋକ ମନାଥିବା ଜମିରେ ଗ୍ରାମ୍ୟ ଉଦ୍ୟାନର ନିର୍ମାଣ ଚାଲିଲା କିପରି । ପି.ଇ.ଓ ନିଜେ ଦେଖାଶୁଣା କରୁଥିଲେ ମାତ୍ର ଏଭଳି ଭାବରେ କାମ ହେବା ନିଶ୍ଚିତ ଚିନ୍ତା ଓ ବ୍ୟଥାର ପ୍ରସଂଗ । ସରକାର ଙ୍କ ରାଜ କୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପ୍ରତ୍ୟେକ ପଞ୍ଚାୟତରେ ସ୍ତରରେ ଚାଳିଛି ଗ୍ରାମ୍ଯ ଉଦ୍ଯାନ ନିର୍ମାଣ । ଦୃଶ୍ୟମାନ ବାସ୍ତବିକତା କହୁଛି ଚାଳିଛି ସରକାରୀ ଟଙ୍କାରେ ଠିକାଦାର ପୋଷା । ଅତି ନିମ୍ନମାନ ରେ ତିଆରି ହୋଇଥିବାର ଚିତ୍ର ଜଳ ଜଳ ଦେଖାଯାଉଛି । ଉଦ୍ଘାଟନ ହେବା ପୂର୍ବରୁ ଗତ ଦୁଇ ତିନି ଦିନ ଲଗାଣ ଝିପିଝିପି ବର୍ଷା ରେ ମାଟି ଧୋଇ ହୋଇଯାଇଛି। କେଉଁଠି ପ୍ଳିନ୍ଥ ବ୍ୟାଣ୍ଡ ଭାଙ୍ଗିଗଲାଣିତ କେଉଁଠି ପାଚେରି ଫାଟି ଆଁ କଲାଣି। ଉଦ୍ୟାନ ଭିତରକୁ ପଶିବା ପ୍ରବେଶ ଦ୍ବାରରେ ମାଟି ଦବିଯାଇ ଝୁଲି ଗଲାଣି ସଂପୂର୍ଣ୍ଣ ଗେଟ୍ ଓ ପାଚେରି। ଗେଟକୁ ଗଛ ଦେଇ ରଖାଯାଇଛି । କୌଣସି ପ୍ରକଳ୍ପ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲାଗିବାର ନିୟମ ଅଛି । ମାତ୍ର ଏହି କାମର ସୂଚନା ଫଳକ ବି ନାହିଁ । ବୁଝା ପଡୁନି ପ୍ରକଳ୍ପର ବ୍ୟ ୟ ଅଟକଳ ।ଏହି ନିୟମର ଖୋଳାଖୋଳି ବ୍ୟତିକ୍ରମ ଦେଖିବାକୁ ମିଲୁଛି। ସର୍ବସାଧାରଣ ଙ୍କ ଆଖି ଆଢୁଆଲରେ ଏତେ ନିମ୍ନ ମାନର କାମ ହେଉଛି କେମିତି । ବିଭାଗିୟ ଅଧିକାରି ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଦେବାକୁ ଦାବି ହେଉଛି । ଦେଖିବାକୁ ବାକିରହିଲା ପ୍ରସାଶନିକ ସ୍ତରରେ କଣ ପଦକ୍ଷେପ ନିଆଯାଉଛି ।
Sign in
Sign in
Recover your password.
A password will be e-mailed to you.