ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0 2

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛିା ପ୍ରାରମ୍ଭରେ ସୂଚନା ଓ ଲୋକସଂପର୍କ ବିଭାଗ କଲ୍ୟାଣ କମିଟି ପକ୍ଷରୁ ଆୟୋଜିତ ଏହି ସଭାରେ ଅବସର ନେଇଥିବା ଅନୁଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ସିଂହଙ୍କ ବିଭାଗ ପ୍ରତି ଥିବା କର୍ତ୍ତବ୍ୟ, ନିଷ୍ଠା ଓ ଦାୟିତ୍ୱ ସଂପର୍କରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସୂଚନା ପ୍ରଦାନ କରିଥିଲୋ

ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀ ଅନୁଶାସନ ସଚିବ ଶ୍ରୀ ସିଂହଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବଂ ବିଭାଗ ପ୍ରତି ତାଙ୍କର ଅବଦାନ ସଂପର୍କରେ ମତବ୍ୟକ୍ତ କରିଥିଲୋ ଶ୍ରୀ ସିଂହ ନିଜର ଚାକିରି ଜୀବନରେ ଶକ୍ତି, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସଂପର୍କ ଆଦି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ନିଜର ଚାକିରି ଜୀବନର ଅଭିଜ୍ଞତା ବାବଦରେ ବର୍ଣ୍ଣନା କରିଥିଲୋ

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସାମଲ ଅବସର ଗ୍ରହଣ କରୁଥିବା ଶ୍ରୀ ସିଂହଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ତାଙ୍କର ସ୍ୱଚ୍ଛ କାର୍ଯ୍ୟକଳାପର ପ୍ରଶଂସା କରିଥିଲୋ
ଏହି ଅବସରରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲୋ

Leave A Reply

Your email address will not be published.