ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଚିତ୍ତ ରଞ୍ଜନ ସ୍ୱାଇଁ,ଶୁକ୍ରବାର ଦିନ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବ୍ଲକ ଶିକ୍ଷକ ସଂଙ୍ଘ ତରଫରୁ ତାଙ୍କ ସମ୍ମାନାର୍ଥେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା, କୁହୁଡି ସ୍ଥିତ ଲବଣ ସତ୍ୟାଗ୍ରହ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ତରୁଣ କୁମାର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ପୁରୀ ଜିଲ୍ଲା ଶିକ୍ଷା ମଣ୍ଡଳର ସହକାରୀ ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମର୍ଥ ଯୋଗଦାନ କରିଥିବା ବେଳେ,ସମ୍ମାନିତ ଅତିଥି ଥିଲେ ଅସ୍ତରଙ୍ଗ ବ୍ଲକ ର ସହକାରୀ ଶିକ୍ଷା ଅଧିକାରୀ ମମତା ମଞ୍ଜରୀ ଦେଇ,ରାଜଲକ୍ଷ୍ମୀ ପାତ୍ର,ଓ ସୁଧାଂଶୁ ବାଳା ଶତପଥୀ । ଶ୍ରୀଯୁକ୍ତ ସ୍ବାଇଁ ଅସ୍ତରଙ୍ଗ ବ୍ଲକ ରେ ତାଙ୍କର ରହଣୀ ତଥା ଆଠ ମାସ ଚାକିରି କାଳ ଭିତରେ ବ୍ଲକର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବକ ଜନ ସାଧାରଣଙ୍କର,ଅତି ନିକଟ ତର ତଥା ପ୍ରିୟ ଭାଯନ ହୋଇ ପାରିଥିଲେ ବକ୍ତା ମାନେ ସେ ବିଷୟରେ ମତ ବ୍ୟକ୍ତ କରିଥିଲେ । ଅସ୍ତରଙ୍ଗ ବ୍ଲକ ପୂର୍ବରୁ ଶ୍ରୀଯୁକ୍ତ ସ୍ବାଇଁ ପୁରୀ ଜିଲ୍ଲାର ଅନ୍ୟ ବିଦ୍ୟାଳୟ ତଥା ବ୍ଲକ୍ ଅଞ୍ଚଳରେ କାର୍ଯ୍ୟ କରିଥିବାରୁ ସେମାନଙ୍କ ଶିକ୍ଷାନୁଷ୍ଠାନ ଗୁଡ଼ିକ ର ଶିକ୍ଷ୍ୟା କର୍ମୀ ମାନେ ଏଠାକୁ ଆସି ତାଙ୍କର ଲୋକ ପ୍ରୀୟତା କୁ ସମ୍ମାନ ଦେଇ ,ଅସ୍ତରଙ୍ଗ ବ୍ଲକ ସମେତ ,ତାଙ୍କୁ ବିଭିନ୍ନ ଉପହାର, ଫୁଲତୋଡା,ଉତ୍ତରୀୟ ଦେଇ ସମ୍ମାନିତ କରିଥିବାର ଦେଖା ଯାଇଥିଲା। ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ସିଆରସିସି ତଥା ସାଧନା ସଂଯୋଜକ ସନ୍ତୋଷ କୁମାର ପରିଡ଼ା,ଯଶୋବନ୍ତ ବେହେରା,ରବୀନ୍ଦ୍ର ପରିଡ଼ା,ବିଷ୍ଣୁ ଚରଣ ଭୋଳ,ମଙ୍ଗୁଳି ଚରଣ ଦାସ, ତ୍ରିଲୋଚନ ବେହେରା,ଦୀପକ କୁମାର ନାୟକ,ବାବୁରାମ ବେହେରା,ଶତ୍ରୁଘ୍ନ ବେହେରା,ନିରଞ୍ଜନ ବେହେରା,ପ୍ରମୁଖ । ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିବା ପରେ,ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଦାରୁ ବ୍ରହ୍ମ ଙ୍କ ଭଜନ ସନ୍ଧ୍ୟା ତରଫରୁ ବିଦାୟକାଳିନ ସଙ୍ଗୀତ ଗାନ କରା ଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ,ସିଆରସିସି ବିଷ୍ଣୁ ଚରଣ ଭୋଳ ।
Sign in
Sign in
Recover your password.
A password will be e-mailed to you.