ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳ ରେ ମହାସମାରୋହ ରେ ଇଦ-ଉଲ-ଜୁହା ପର୍ବ ପାଳିତ

0

କାଜିହାଟ ମସଜିଦ ରେ ହଜାର ହଜାର ମୁସଲମାନ ଭାଇ ଙ୍କ ସମୂହ ନମାଜ ପାଠ l

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)- ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ରହିଥିବା ମସଜିଦ ଗୁଡିକରେ ପବିତ୍ର ଇଦ-ଉଲ-ଜୁହା ପର୍ବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଯାଇଛି l ଏହି ଅବସରରେ ସବୁଠାରୁ ଅଧିକ ମୁସଲମାନ ଭାଇମାନଙ୍କ ସମାଗମ ଦେଖିବାକୁ ମିଳିଥିଲା ପ୍ରସିଦ୍ଧ ଜୟରାମପୁର ପଂଚାୟତ କାଜିହାଟ ସ୍ଥିତ ମର୍କଜୁଲ ଉଲୁମ ସୁଙ୍ଗୁଡା ପରିସରରେ l ଏହି କାର୍ଯ୍ୟକ୍ରମ ରେ ମୌଲାନା ସୟଦ ନକିବୁଲ ଅମିନ ବର୍କି ନମାଜ ପାଠ କରିଥିଲା ବେଳେ ଉପସ୍ଥିତ ସମସ୍ତ ମୁସଲମାନ ଭାଇମାନେ ମଧ୍ୟ ନମାଜ ପାଠ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୌଲାନା ଜଇମୁଲ ଇସଲାମ, ସୟଦ ଅଞ୍ଜର ନତୀ, ମୌଲାନା ଅଲି ଅସରଫ, ଅଜରତ ମୌଲାନା ଅବଦୁଲା, ହାଫିଜ ନଵାଲ, ମୌଲାନା ଅଜଗର, ମୌଲାନା ହିଫଜୁ ରେହେମାନ, ମୌଲାନା ସାକିବ, ଜିଲ୍ଲା ମାଇନରିଟି ସେଲ ଉପସଭାପତି ଜାକିର ଖାଁ, ଅବଦୁଲ ଅରମାନ ଖାଁ, ଏମଡି ଅମିନ ଖାଁ ଙ୍କ ସମେତ ବହୁ ମୁସଲମାନ ଭାଇମାନେ ଯୋଗଦାନ କରି ନମାଜ ପାଠ କରିଥିଲେ l ଇଦ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ରୋଜି ସେଠୀ, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ସମାଜସେବୀ ଧରେନ୍ଦ୍ରନାଥ ବେହେରା, ଯୁବନେତା ଜ୍ଞାନରଞ୍ଜନ ରାଉତ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଇଦ ଅବସରରେ ସମସ୍ତ ମୁସଲମାନ ଭାଇ ମାନଙ୍କୁ ଇଦ ମୁବାରଖ ଜଣାଇଥିଲେ l

Leave A Reply

Your email address will not be published.