ପବିତ୍ର ବାହୁଡା ଅବସରରେ ଭଜନ ସମାରୋହ

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପବିତ୍ର ବାହୁଡା ଯାତ୍ରା ଅବସରରେ ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଏବଂ ଦେବୋତ୍ତ ବିଭାଗର ମିଳିତ ସହଯୋଗରେ ଭଜନ ସମାରୋହ ପୁରୁଣା ସହର ବଡ଼ଦାଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଭଜନ ସମାରୋହ କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଦାମୋଦର ସାହୁ ମିଳିତ ଭାବେ ଉଦଘାଟନ କରିଥିଲେ। ପରମ୍ପରା ସମ୍ପାଦକ ଡ. ନିର୍ମଳ ଶୁରଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଭଜନ ସମାରୋହରେ ଜିଲ୍ଲାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ଏହି କ୍ରମରେ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ,ପୂର୍ଣ୍ଣଚନ୍ଦ୍ର ମିଶ୍ର,ସୁଶ୍ରୀ ମହାପାତ୍ର, ବିଜୟାନନ୍ଦ ମହାପାତ୍ର, ଭୂମିକା ମହାପାତ୍ର, ରଞ୍ଜନ ଦାଶ, ମେଘନା ନାୟକ,ଯଶୋବନ୍ତ ପଟ୍ଟନାୟକ,ସୃଜନିକା ଦାଶ,ଗୋପୀନାଥ ସେଠୀ, ପ୍ରଦୀପ୍ତ ରଥ,ଶିବରାମ ଗାଆଣ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ କବୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କ ଦ୍ଵାରା ରଚିତ କବିତା ସଂକଳନ ‘ପୁଣ୍ୟଶ୍ଳୋକ ତଥାଗତ’ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।

Leave A Reply

Your email address will not be published.