ପ୍ଲାଷ୍ଟିକ ବ୍ୟବହାର ରୋକିବା ତଥା ଜନସଚେତନତା ସୃଷ୍ଟି ଉପରେ ଆଲୋଚନା

0

ପଦ୍ମପୁର(ନୀଳ ଦୀପ) – ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ତରଫରୁ ବିଭିନ୍ନ ଧର୍ମାନୁଷ୍ଟାନ ପରିଶର ମଧ୍ୟରେ ପ୍ଲାଷ୍ଟିକ ପ୍ରଦୁଷଣ ରୋକିବା ତଥା ଏଥରପାଇଁ ଜନଶଚେତନତା ସୃଷ୍ଟି କରିବା ନିଦେ୍ର୍ଧଶ ନାମା ଜାରୀ କରିଛନ୍ତି । ଏହି କ୍ରମରେ ଆଜି ପଦ୍ମପୁର ଉପଜିଲ୍ଲ୍ାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ମଧ୍ୟରେ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ଭୂଏଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ବୈଠକ ଅନୁଷ୍ଟିତ  ହୋଇଯାଇଅଛି । ପଦ୍ମପୁର ସହରାଂଚଳ ତଥା ବିଭିନ୍ନ  ଧର୍ମାନୁଷ୍ଠାନ ପରିସରରେ ପ୍ଲାଷ୍ଟିକର ବ୍ୟବହାର କିଭଳି ରୋକା ଯାଇପାରିବ ଏବଂ ଏଥି ପ୍ରତି ଜନସଚେତନତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ପଦ୍ମପୁର ସହରାଂଚଳ ମଧ୍ୟରେ ପ୍ଲାଷ୍ଟିକ ବ୍ୟବହାର ରୋକିବା ନିମନ୍ତେ ଜନସଚେତନତା ପାଇଁ ସହରର ବିଭିନ୍ନ ସ୍ଥାନରେ ବ୍ୟାନର, ହୋଡିଙ୍ଗ ପ୍ରଭୃତି ପ୍ରଦର୍ଶନ ପାଇଁ ପଦ୍ମପୁର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ନୃସିଂହନାଥ ପୀଠ  ସମେତ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ମାନଙ୍କରେ ପ୍ଲାଷ୍ଟିକ ବ୍ୟବହାର ରୋକିବା ନିମନ୍ତେ ବିହିତ ପଦକ୍ଷେପ ନେବାପାଇଁ ମତାମତ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ପ୍ଲାଷ୍ଟିକ ବ୍ୟବହାର ତଥା ପ୍ରଦୁଷଣ ରୋକିବା ନିମନ୍ତେ ଜନସଚେତନତା ପାଇଁ ବିଭିନ୍ନ ସ୍ତରରେ ସଭା ସମିତୀ ସହ ସଚତେନତା ଶୋଭାଯାତ୍ରା ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ର ସଭାରେ ନୃସିଂହନାଥ ମନ୍ଦୀର କାର୍ଯ୍ୟନିର୍ବାହୀ ଅଧିକାରି ଶ୍ରୀ ପୁରୁଷୋତମ ପ୍ରଧାନ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ପାତ୍ର, ରାମଜି ମନ୍ଦୀର କମିଟୀ ସଦସ୍ୟ ଶ୍ରୀ ବିଜୟ କୁମାର ସାହୁ, ଦୁର୍ଗା ମନ୍ଦୀର ପୂଜକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା, ଶ୍ରୀ ଶିରିଡି ସାଇ ମନ୍ଦୀର ପୂଜକ ଶ୍ରୀ ଅଗସ୍ତି ପଣ୍ଡା, ଶ୍ରୀ ତ୍ରୀବିକ୍ରମ ପ୍ରଧାନ, ଅନିଲ କୁମାର ବେହେରା, ପ୍ରଶନ୍ନ ମହାନନ୍ଦ, ନିରୋଜ ଦୋରା ପ୍ରମୁଖ ଯୋଗଦାନ କରିଥିବା ବେଳେ ପଦ୍ମପୁର ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଗ୍ରହଣ କରିଥିଲେ ।

Leave A Reply

Your email address will not be published.